21 January 2017
5:31:53 AM
image
Sambad News
ବାଲେଶ୍ଵର

ପ୍ରାର୍ଥନା ସଭାରେ ୩୯ ଛାତ୍ରଛାତ୍ରୀ ଅସୁସ୍ଥ

By Sambad | Date: Jan 12 2017 6:34AM
ପ୍ରାର୍ଥନା ସଭାରେ ୩୯ ଛାତ୍ରଛାତ୍ରୀ ଅସୁସ୍ଥ

ବନ୍ତ/ଅଡ଼ାଳପଙ୍କ/ଗଣିଜାଙ୍ଗ/ଆଗରପଡ଼ା-(୧) : ବନ୍ତ ବ୍ଲକ ବୋଡ଼କ ପାଟଣା ପ୍ରାଥମିକ ଓ ବୋଡକପାଟଣା ହରିହର ମଇ ସ୍କୁଲର ୩୯ ଜଣ ଛାତ୍ରଛାତ୍ରୀ ଆଜି ହଠାତ୍‌ ଅସୁସ୍ଥ ହୋଇ ମେଡିିକାଲରେ  ଭର୍ତ୍ତି ହୋଇଛନ୍ତି। ପ୍ରାର୍ଥନା ବେଳେ ସେମାନେ ଅସୁସ୍ଥ ହୋଇ ପଡ଼ିଥିଳେ। କ’ଣ ହେଲା କେଜାଣି, ଛାତ୍ରଛାତ୍ରୀଙ୍କ ଶରୀର କୁଣ୍ଡାଇ ହୋଇଥିଲା। ପ୍ରଥମେ ପଂଚମ ଶ୍ରେଣୀ ଛାତ୍ରୀ ସାଇନା ଦାସ ଏଭଳି ଅବସ୍ଥାରେ ପଡ଼ିଥିଲେ। ତାଙ୍କ ଦେହ କୁଣ୍ଡାଇ ହୋଇଥିଲା। ପରେ ଅନ୍ୟ କେତେକ ଛାତ୍ରଛାତ୍ରୀ ଏମିତି ଭୋଗିଥିଲେ। 

 
ପ୍ରଧାନ ଶିକ୍ଷକ ଗଣେଶ ପ୍ରସାଦ ଜେନା ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫୋନ କରିବାରୁ ମୋବାଇଲ ଭ୍ୟାନ୍‌ ସହ ବିଭାଗୀୟ କର୍ମଚାରୀ ଶଶୀକାନ୍ତ ପଣ୍ଡା ଓ ସୁରେଶ ପ୍ରଧାନ ତୁରନ୍ତ ପହଂଚି ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନାକୁ ପଠାଇଥିଲେ। ଅନ୍ୟ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆ ଯାଇଥିଲା। ମଇ ବିଦ୍ୟାଳୟରୁ ୧୬ ଜଣ ଓ ପ୍ରାଥମିକ ବିଦ୍ୟାଳୟରୁ ୨୩ ଜଣଙ୍କୁ ମିଶାଇ ମୋଟ୍‌ ୩୯ ଜଣ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତିକରା ଯାଇଛି। 
 
ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଇଞ୍ଜେକ୍‌ସନ, ଔଷଧ ଓ ସାଲାଇନ୍‌ ଦିଆଯାଇ ଚିକିତ୍ସା ଜାରି ରହିଛି। ସିଆରସିସି ନରେନ୍ଦ୍ର କୁମାର ବାରିକ୍‌ ପହଂଚି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହା ଏକ ବାୟୁବାହିତ ରୋଗ ଅରଟିକାରିଆ ଓ ଏହା ସାଧାରଣତଃ ଛୋଟ ପିଲାଙ୍କୁ ଆକ୍ରାନ୍ତ କରିଥାଏ ବୋଲି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସୁରେଶ ପ୍ରଧାନ କହିଛନ୍ତି। ତେବେ ଖବର ଲେଖା ହେବା ବେଳକୁ କେତେକ ପିଲା ସୁସ୍ଥହୋଇ ଘରକୁ ଫେରିଛନ୍ତି।