26 February 2017
11:40:34 AM
Sambad News
ରାଜନୀତି

ବାଲେଶ୍ୱର ପୌରପରିଷଦର ୨୮ ନମ୍ବର ଓ୍ଵାର୍ଡ ଉପନିର୍ବାଚନରେ ବିଜେଡି ବିଜୟୀ

By Sambad | Date: Jan 11 2017 11:13AM
ବାଲେଶ୍ୱର ପୌରପରିଷଦର ୨୮ ନମ୍ବର ଓ୍ଵାର୍ଡ ଉପନିର୍ବାଚନରେ ବିଜେଡି ବିଜୟୀ

ବାଲେଶ୍ୱର: ବାଲେଶ୍ୱର ପୌରପରିଷଦର ୨୮ ନମ୍ବର ଓ୍ଵାର୍ଡରେ ହୋଇଥିବା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଇତିକୃଷ୍ଣା ସ୍ୱାଇଁ ବିଜୟୀ ହୋଇଛନ୍ତି। ଗତକାଲି ଅନୁଷ୍ଠିତ ଏହି ଉପ ନିର୍ବାଚନରେ ମୋଟ୍‌ ୧୯୮୮ ଜଣ ଭୋଟର ମତଦାନ କରିଥିଲେ। ସେଥିମଧ୍ୟରୁ ଇତିକୃଷ୍ଣା ୧୨୩୯ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ଦଳର ମଧୁମିତା ପାତ୍ର ୬୬୬ ଖଣ୍ଡ ଭୋଟ୍‌ ପାଇଛନ୍ତି।  ସୂଚନାଯୋଗ୍ୟ ଯେ ପ୍ରାୟ ୬ ମାସ ତଳେ  ୨୮ ନମ୍ବର ଓ୍ଵାର୍ଡର କାଉନସିଲର ବନସ୍ମିତା ଦାସଙ୍କ ମୃତ୍ୟୁ ପରେ ଏହି ପଦବିଟି ଶୂନ୍ୟ ପଡ଼ିଥିଲା।