22 August 2017
4:31:18 PM
image
Sambad News
ବାଲେଶ୍ଵର

ଧାନଖଳାରେ ଜୀବନ୍ତ ଜଳିଗଲେ ଚାଷୀ

By Sambad | Date: Jan 5 2017 10:02AM
ଧାନଖଳାରେ ଜୀବନ୍ତ ଜଳିଗଲେ ଚାଷୀ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନୂଆପଡ଼ିଆ( କେରାଟପଡ଼ିଆ) ଗାଁରେ ଗତକାଲି ଘଟିଛି ଏକ ଦୁଃଖଦ ଘଟଣା। ଧାନଖଳାରେ ଥିବା ଧାନଗଦାରେ ନିଆଁ ଲାଗିଯିବାରୁ ଏହାକୁ  ଜଗି ଶୋଇଥିବା ଜଣେ ଚାଷୀ ଜୀବନ୍ତ ଦଗ୍‌ଧ ହୋଇଯାଇଛନ୍ତି। ମୃତ ଚାଷୀଙ୍କ ନାମ ଦାମୋଦର ମଲ୍ଲିକ ଓ ତାଙ୍କ ଘର କେରାଟପଡ଼ିଆ ଗ୍ରାମରେ।
ସୂଚନା ଅନୁଯାୟୀ, ଦାମୋଦର ଧାନଗଦା ଜଗି ଶୋଇଥିବା ବେଳେ ପାଖରେ ଥିବା କୁଡ଼ିଆ ଘରେ ତାଙ୍କ ପିଲାମାନେ ଶୋଇଥିଲେ। ତେବେ ହଠାତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ନିଅାଁ ଧାନଗଦାରୁ ଲାଗି କୁଡ଼ିଆ ଚାଳକୁ ଧରିବାରୁ ପିଲାମାନେ ଉଠିପଡ଼ି ପାଟି କରିଥିଲେ। ନୀଳଗିରରୁ ଦମକଳ ଯାଇ ନିଆଁକୁ ଆୟତ କଲାବେଳକୁ ଦାମୋଦରଙ୍କର ମୃତ୍ୟୁ ଘଟି ସାରିଥିଲା। ଦାମୋଦରଙ୍କର ନିଜସ୍ୱ ଜମି ନ ଥିବା ବେଳେ ସେ ଭାଗଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି।