29 April 2017
9:01:02 AM
image
Sambad News
ବାଲେଶ୍ଵର

ଏଫଏମ୍‌ କଲେଜ ନିକଟରେ ଫାଙ୍କା ଗୁଳିଚାଳନା ଘଟଣା: ଓଆଇସିଙ୍କ ପୁଅଙ୍କୁ କୋର୍ଟ ଚାଲାଣ

By Sambad | Date: Jan 4 2017 4:38PM
ଏଫଏମ୍‌ କଲେଜ ନିକଟରେ ଫାଙ୍କା ଗୁଳିଚାଳନା ଘଟଣା: ଓଆଇସିଙ୍କ ପୁଅଙ୍କୁ କୋର୍ଟ ଚାଲାଣ

ବାଲେଶ୍ୱର: ଫକୀରମୋହନ କଲେଜ ନିକଟରେ ଗତମାସ ୧୬ ତାରିଖ ସକାଳେ ଘଟିଥିବା ଫାଙ୍କା ଗୁଳିଚାଳନା ଘଟଣାରେ ପୁଲିସ  ଯଜନ ପାଣିଗ୍ରାହୀ ଓ ତାର ସାଙ୍ଗ ପପୁକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ପପୁଠାରୁ ପୁଲିସ ବନ୍ଧୁକ ଓ ମୋଟରସାଇକେଲ ମଧ୍ୟ ଜବତ କରିଛି। 
 
ସୂଚନାଯୋଗ୍ୟ, ଗିରଫ ଯଜନ ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଓଆଇସି ପଦ୍ମଲୋଚନ ପାଣିଗ୍ରାହୀଙ୍କ ପୁଅ। ପୂର୍ବରୁ ଘଟିଥିବା ଖାସୁଆ ହତ୍ୟାକାଣ୍ଡ ମାମାଲାରେ ଯଜନକୁ ପୁଲିସ ମୁଖ୍ୟସାକ୍ଷୀର ଭାବେ ରଖିଛି। ତେବେ ଏଫଏମ୍‌ କଲେଜ ନିକଟରେ ୧୬ ତାରିଖ ଦିନ ଫାଙ୍କା  ଗୁଳିଚାଳନା ଘଟଣା ପରେ ଯଜନ ଫେରାର ହୋଇ ଯାଇଥିଲା। ଏ ନେଇ ଟାଉନ୍‌ ଥାନାରେ କେସ୍‌ ନଂ ୩୧୬/୧୬ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ବ୍ୟତୀତ ଯଜନ ପୂର୍ବରୁ ଏକାଧିକ ଅପରାଧିକ ମାମଲାରେ ଜଡ଼ିତ ଥିବା ପୁଲିସ କହିଛି।  ଖନ୍ତାପଡ଼ା ଓ ସହଦେବଖୁଣ୍ଟା ଥାନାରେ ତା’ ବିରୋଧରେ ବିଭିନ୍ନ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ଅପରାଧ ଘଟାଇବା ପରେ ପୁଲିସ ଅଫିସରଙ୍କ ପୁଅ ଜଣେ ଦୁର୍ଦାନ୍ତ ଅପରାଧୀ ଘରୁ ଧରାପଡ଼ିଥିଲା।

image