27 June 2017
2:16:26 PM
image
Sambad News
ରାଜ୍ୟ

ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

By Sambad | Date: Jan 10 2017 11:33PM
ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମ ମାଟିର ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦାସଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ଆଜି ସକାଳେ ଅଧିକ ଅସୁସ୍ଥ ହୋଇ ଇରମ ବାସଭବନରେ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ଜ୍ଞାନୀଗୁଣି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଇରମ ବଜାର, ଶହୀଦ୍‌ ପୀଠ ଓ ସ୍ମୃତି ସ୍ତମ୍ଭ ନିକଟକୁ ନିଆଯାଇଥିଲା। ଅପରାହ୍ନରେ ଜିଲ୍ଲା ଆରକ୍ଷୀ ବାହିନୀ ପକ୍ଷରୁ ତାଙ୍କୁ ଗାର୍ଡଅପ୍‌ ଅନର ପ୍ରଦାନ କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।