18 August 2017
8:08:28 PM
Sambad News
ବରଗଡ଼

ବରଗଡ଼: ୨ଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ୨ମୃତ

By Sambad | Date: Jan 7 2017 3:46PM
ବରଗଡ଼: ୨ଟି ଭିନ୍ନ  ଭିନ୍ନ ଦୁର୍ଘଟଣାରେ ୨ମୃତ

ବରଗଡ଼: ଶୁକ୍ରବାର ରାତିରେ ସଦରଥାନା ଅନ୍ତର୍ଗତ ହଳଦିପାଲି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ମୃତକ ଜଣକ ଧନୁଯାତ୍ରା ଦେଖିସାରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତାଙ୍କ ବୟସ ୪୦ବର୍ଷରୁ ଊର୍ଧ୍ୱ ବୋଲି ଜଣାପଡ଼ିଥିଲେ ହେଁ ତାଙ୍କ ପରିଚୟ ଏଯାବତ୍‌ ମିଳି ପାରିନାହିଁ।
 
ସେହିପରି ଶୁକ୍ରବାର ରାତି ପ୍ରାୟ ୧୦.୩୦ ସମୟରେ ଟାଉନ ଥାନା ଅନ୍ତର୍ଗତ ଗୁରୁଦ୍ୱାରା ଛକ ନିକଟରେ ଏକ ଦୁର୍ଘଟଣା ଘଟି ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁଦ୍ୱାରା ଛକ ନିକଟରେ ଦ୍ରୁତଗତିରେ ଆସୁଥିବା ଆକ୍ଟିଭା ଓ ଆପାଚି ବାଇକ୍  ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣାରେ ସରଦୁଲ ସିଂଙ୍କ  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଅାହୁରି ଗୁରୁତର  ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ଯାଉଥିବା ସମୟରେ ସରଦୁଲ ସିଂଙ୍କ ମୃତ୍ୟୁ ହୋଇଥିଲା।