18 January 2017
7:07:12 AM
Sambad News
ବରଗଡ଼

ଦିଦି କନ୍ଦାଇଥିଲେ

ଏବେ ପଶ୍ଚିମବଙ୍ଗର ଆଳୁ କେଜି ୪ ଟଙ୍କା

By Sambad | Date: Dec 30 2016 10:56AM
ଦିଦି କନ୍ଦାଇଥିଲେ

ବରଗଡ଼,: ଆଳୁ ପାଇଁ  ଦିନେ କାନ୍ଦାଇଥିଲେ ଦିଦି ମମତା ବାନାର୍ଜୀ। ପଶ୍ଚିମବଙ୍ଗ ଆଳୁ ଟ୍ରକ ଓଡ଼ିଶା ନଆସିବା ଫଳରେ ଆଳୁ ଦର ୫୦ ଉପରକୁ ଛୁଇଁଥିଲା। ହେଲେ ଏବେ କିନ୍ତୁ ସ୍ଥିତି ବଦଳିଯାଇଛି। ପଶ୍ଚିମବଙ୍ଗର ଟ୍ରକ ଟ୍ରକ ଆଳୁ ବରଗଡ଼ ଜିଲ୍ଲାର ସୋହେଲା, ପାଇକମାଳ ତଥା ବିଭିନ୍ନ ସ୍ଥାନରେ ପ୍ୟାକେଟ ପିଛା ବିକ୍ରି ହେଉଛି ୨ ଶହ ଟଙ୍କାରେ। ଏଭଳି ସ୍ଥିତି ଦେଖାଯାଉଛି ଯେ ଆଳୁ ପାଇଁ ଲୋକଙ୍କ ମଧ୍ୟରେ ଗୋଳମାଳ ପଯ୍ୟର୍ନ୍ତ କଥା ଯାଉଛି। ଆଳୁର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ବଙ୍ଗୀୟ ବେପାରୀମାନେ ପ୍ରତ୍ୟହ ଟ୍ରକରେ ଆଳୁ ଆଣି ଏଭଳି ବିକ୍ରି କରୁଥିବାବେଳେ ସେମାନଙ୍କ ମୂଲ ମଧ୍ୟ ମିଳୁନଥିବା ଚର୍ଚ୍ଚା ହେଉଛି।
 

ରାଜ୍ୟ ସରକାର କରୁଛନ୍ତି ଆଳୁ ମିସନ ଯୋଜନା। ହେଲେ ଏହାର ସୁଫଳ ବା ଉଚିତ୍‌ ମୂଲ୍ୟ ପାଇପାରୁନି ଚାଷୀ। ଆଳୁ ମିସନ ଯୋଜନାରେ ବ୍ୟାପକ ଭାବେ ଆଳୁ ଚାଷ କରି ଉତ୍ପାଦନ ଅଧିକ ହେଉଥିଲେ ମଧ୍ୟ ଉପଯୁକ୍ତ ବଜାର ବ୍ୟବସ୍ଥାର ଅଭାବ ସ୍ଥାନକୁ ସଂରକ୍ଷିତ ରଖିବା ପାଇଁ ଶୀତଳଭଣ୍ଡାର ନଥିବାରୁ ସରକାରଙ୍କ ଆଳୁ ମିସନ ଯୋଜନା ଫେଲ ମାରୁଛି। ହେଲେ ଓଡ଼ିଶା ସବୁବେଳେ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଥିବା ବେଳେ ମଝିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଳୁ ବୋଝେଇ ଟ୍ରକ ଆସିଲାନି ଓଡ଼ିଶାକୁ। ଯାଫଳରେ ଆଳୁର ଦର ୫୦ ଟଙ୍କା ଉପରକୁ ଟପିଗଲା।

ଯାଫଳରେ ରାଜ୍ୟ ସରକାର ବିଭିନ୍ନ ଉପାୟରେ ବିକ୍ରି କଲେ ଆଳୁ। ଏବେ ବିମୁଦ୍ରାୟନ ପ୍ରଭାବରେ ଚାଷୀ ହନ୍ତସନ୍ତ ହେଉଥିବାବେଳେ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା ପାଉନଥିବା ଏପରିକି ବେପାରୀ ମଧ୍ୟ ଆସୁନଥିବାରୁ ଚାଷୀ ହନ୍ତସନ୍ତ ହେଉଛି ଓ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି। ହେଲେ ଏବେ ୩/୪ ଦିନ ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରକରେ ଆଳୁ ବୋଝେଇ କରି ପଶ୍ଚିମବଙ୍ଗରୁ ଆଣି କିଛି ବେପାରୀ ୫୦କେ.ଜିର ଆଳୁବସ୍ତାକୁ ୨ ଶହ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଆଜି ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା ସୋହେଲା ଏସବିଆଇ ସମ୍ମୁଖରେ।