18 January 2017
7:11:36 AM
Sambad News
ବରଗଡ଼

‘ଆଉ ଆଗକୁ ଏମିତି ଭୁଲ୍‌ ହେବନି’ : ହୃଷୀକେଶ ଦେଲେ ପ୍ରଶାସନକୁ ଲିଖିତ ଉତ୍ତର

By Sambad | Date: Dec 31 2016 6:17AM
‘ଆଉ ଆଗକୁ ଏମିତି ଭୁଲ୍‌ ହେବନି’  : ହୃଷୀକେଶ ଦେଲେ ପ୍ରଶାସନକୁ ଲିଖିତ ଉତ୍ତର

ବରଗଡ଼ : ମୁଁ ସମିତିର ଅନୁମତି ନନେଇ ଯାଜପୁର ଜିଲ୍ଲାର ଧର୍ମଶାଳା ମହୋତ୍ସବକୁ ଯାଇଥିଲି। ସେଠାରେ ଲୋକଙ୍କ ଉତ୍ସାହ ଓ ଅନୁରୋଧକୁ ଏଡ଼ାଇ ନପାରି କଂସ ବେଶଭୂଷାରେ ମଂଚରେ ଅଳ୍ପ ଝଲକର ଅଭିନୟ କରିଦେଇଛି । ଏଭଳି କାଯ୍ୟର୍ ପାଇଁ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ଭବିଷ୍ୟତରେ ସମିତିର ବିନା ଅନୁମତିରେ ଅନ୍ୟ କୈାଣସି ମଂଚକୁ ଯିବି ନାହିଁ କି ବିନା ଅନୁମତିରେ ସମ୍ବର୍ଦ୍ଧନା ଗ୍ରହଣ କରିବି ନାହିଁ। ମୋତେ କ୍ଷମା ଦିଅନ୍ତୁ ବୋଲି ଅତିରିକ୍ତ ଜିଲ୍ଲାପାଳ ବିଜୟ ରଥଙ୍କୁ ଲିଖିତ  ଉତ୍ତର ଦାଖଲ କରିଛନ୍ତି  କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ। ତେବେ, ଧନୁଯାତ୍ରା ପାଇଁ ବରଣ ସରିଥିବା ବେଳେ ଆଖଡ଼ା ଛାଡ଼ି ହୃଷୀକେଶ କଂସ ଭୂମିକାରେ ଅଭିନୟ କରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବରଗଡ଼ବାସୀ। ସେହିଭଳି କଂସଙ୍କ କ୍ଷମା ଭିକ୍ଷା ଓ ଏଭଳି ଲିଖିତ ଆକାରରେ ଭୁଲ୍‌ ସ୍ୱୀକାର କରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବରଗଡ଼ ଜିଲ୍ଲାର କଳାପ୍ରେମୀ ତଥା ବିଭିନ୍ନ ବର୍ଗର କଳାକାରମାନେ।
 
କଂସଙ୍କୁ ପରିବର୍ତ୍ତନ କରାଯାଉ
ବରଗଡ଼ : ବଢ଼ିଲା କଂସଙ୍କ ଅଡ଼ୁଆ। ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ ଅନ୍ୟମଂଚରେ ତଥା ଅନ୍ୟଜିଲ୍ଲାର ମହୋତ୍ସୋବରେ କଂସ ବେଶଭୂଷାରେ ଅଭିନୟ କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରଗଡ଼ ଜିଲ୍ଲାରେ ବିଭିନ୍ନ କଳାକାର ସଂଘ। ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି କଂସ ଚରିତ୍ରର ଗାରିମାକୁ ନଷ୍ଟ କରିବା ସହ ବରଗଡ଼ର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ସେ ଖେଳ କରିଥିବାରୁ  କଂସ ଚରିତ୍ରରେ ଅଭିନୟ କରୁଥିବା ହୃଷୀକେଶ ଭୋଇଙ୍କୁ ନିଲମ୍ବନ କରାଯାଉ ଓ ନୂତନ  କଳାକାରଙ୍କୁ ଚଳିତବର୍ଷର ଧନୁଯାତ୍ରାରେ କଂସ ଭୂମିକା ଦିଆଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ କଳାକାରମାନେ। ବିଶିଷ୍ଟ କଳାକାରଙ୍କୁ ଧନୁଯାତ୍ରା କମିଟିରେ ରଖାଯାଉ ବୋଲି ସେମାନେ ଦାବି କରିଥିଲେ। 
 
ତେବେ ବରଗଡ଼ ଜିଲ୍ଲା ଉତ୍କଳ ଗୈାରବ କଳାକାର ସଂଘ, ସୈାଖିନ କାଳାକାର ସଂଘ, ସଂସ୍କାର ଭାରତୀ, ସମଲେଶ୍ୱରୀ ସଂଘ ପକ୍ଷରୁ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି,ଜୟନ୍ତ ମହାରଣା,ଅଶ୍ୱିନୀ ପଣ୍ଡା,ଅଶୋକ ପାତ୍ର,ସୁନିଲ ମହାପାତ୍ର,ପ୍ରଶାନ୍ତ ମହାପାତ୍ର,ସୁଶାନ୍ତ ସାହୁ,ସୁକାନ୍ତ ପ୍ରଧାନ, ଗୁରୁଚରଣ ସାହୁ, ମଳୟ ମିଶ୍ର, ମନୋଜ ଦାଶ ପ୍ରମୁଖ କଂସ ପାଇଁ କଳାକାର ପରିବର୍ତ୍ତନ ପାଇଁ ଲିଖିତ ଜଣାଇନ୍ତି। କଳାକାର ହୃଷୀକେଶ ଭୋଇଙ୍କୁ ମଗାଯାଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ମିଳିବା ଓ ଏଭଳି କଂସ ପରିବର୍ତ୍ତନ ପାଇଁ ଦାବି ସଂପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ଶନିବାର କଳାକାର ଚୟନ କମିଟିର ବୈଠକ ବସିବ ଓ ଏନେଇ ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ଅପେକ୍ଷା ବୋଲି କହିଛନ୍ତି। 
 
ଏଭଳି ସମାନ ଘଟଣା ନେଇ ଦୀର୍ଘ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିବା ଗୋପାଲ ଓରଫ ଏଲି ସାହୁ ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେଭଳି ସମାନ ଘଟଣାକ୍ରମରେ ତାଙ୍କୁ କଂସ ଭୂମିକାରୁ ବାଦ୍‌ ଦିଆଯାଇଥିଲା। ତେଣୁ ଏଭଳି ଘଟଣାର ପୁନରାବୃତ୍ତି ଘଟିଥିବାରୁ ହୃଷୀକେଶଙ୍କୁ ମଧ୍ୟ କଂସ ଭୂମିକାରୁ ବାଦ୍‌ ଦିଆଯାଉ ବୋଲି ସେ ଦାବି କରିଥିଲେ। ଏଥିସହ ପ୍ରଶାସନ ଯଦି ଚାହିଁବ ତେବେ ତାଙ୍କୁ ସୁଯୋଗ ଦିଆଯାଉ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।