01 May 2017
2:08:31 AM
image
Sambad News
ରାଜ୍ୟ

କାଲିଠାରୁ ବରଗଡ଼ ପାଲଟିବ ମଥୁରାନଗରୀ, କଂସରାଜ୍‌ ଆରମ୍ଭ

By Sambad | Date: Jan 1 2017 9:58PM
କାଲିଠାରୁ ବରଗଡ଼ ପାଲଟିବ ମଥୁରାନଗରୀ, କଂସରାଜ୍‌ ଆରମ୍ଭ

ବରଗଡ଼ : ସୋମବାରଠାରୁ ବରଗଡ଼ ପାଲଟିବ ମଥୁରାନଗରୀ। ଚାଲିବ ମହାରାଜ  କଂସଙ୍କ ରାଜ। କଂସଙ୍କ ଅଟ୍ଟହାସ୍ୟ ଓ ଇଙ୍ଗିତରେ ଥରହର ହେବ ମଥୁରାନଗରୀ। ସେଥିପାଇଁ ପ୍ରସ୍ତୁତ ହୋଇଗଲାଣି ମଂଚ। ପ୍ରସ୍ତୁତ ହୋଇରହିଛି ମହାରାଜ କଂସଙ୍କ ପାଇଁ ରାଜମକୁଟ। ଏଥିସହ ମହାରାଜଙ୍କ ହସ୍ତୀ ‘ଅନାରକଲି’, ମହାମନ୍ତ୍ରୀଙ୍କ ହସ୍ତୀ ‘ଚଂଚଲ’, ଓଟ ତଥା ଅନ୍ୟ ପାରିଷଦଙ୍କ ପାଇଁ ଘୋଡ଼ାଗାଡ଼ି ଏବେ ପ୍ରସ୍ତୁତ। 
 
୬୮ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚଳିତବର୍ଷ ପଂଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ରାଜନେତାଙ୍କ ପାଇଁ କଂସଙ୍କ ଦରବାର ମନା। ଫଳରେ  ଚଳିତବର୍ଷ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଅତିଥିଭାବେ ଏସ୍‌.ପି ବି.ଯୁଗଲ କିଶୋର ମଧ୍ୟ ଯୋଗଦେବାର କାଯ୍ୟର୍କ୍ରମ ରହିଛି ବୋଲି ଧନୁଯାତ୍ରା କମିଟିର ସଂପାଦକ ସୁରେଶ୍ୱର ଶତପଥୀ ସୂଚନା ଦେଇଛନ୍ତି। 
 
ଉଦ୍‌ଘାଟନୀ ଉତ୍ସବରେ ବିଦେଶୀ କଳାକାର ତଥା  ଋଷ କଳାକାରଙ୍କ ଓଡ଼ିଶୀ ନୃତ୍ୟ ରାଜଦରବାରରେ ପରିବେଷିତ ହେବ। ୮କିଲୋମିଟର ପରିଧି ମଧ୍ୟରେ ୩ଟି ଦରବାର ଓ ୧୧ରୁ ଅଧିକ ବୃହତ ମୁକ୍ତାକାଶ ରଙ୍ଗମଂଚରେ  ଅଭିନୀତ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଯାତ୍ରାର ପ୍ରସ୍ତୁତି ପର୍ବ ଶେଷ ପଯ୍ୟୟରେ ରହିଛି। ୧୨ ପଯ୍ୟର୍ନ୍ତ ଚାଲିବ ବରଗଡ଼ରେ କଂସଙ୍କ ରାଜ୍‌। ଅମ୍ବାପାଲି ହେବ ଗୋପପୁର ଓ ଜୀରାନଦୀ ପାଲଟିବ ଯମୁନା। ସମସ୍ତେ ଫେରିଯିବେ ସେହି ଦ୍ୱାପର ଯୁଗକୁ। 
 
ଅନ୍ୟପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଯାତ୍ରାକୁ ସୁନିୟନ୍ତ୍ରିତ କରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର କୋଣ୍ଟ୍ରୋଲ ରୁମ୍‌, ବ୍ୟାପକ ଫୋର୍ସ ମୁତୟନ ମଧ୍ୟ କରାଯାଇଛି। ବୟନିକାର ଏକ୍ସପୋ, ଜର୍ଜ ହାଇସ୍କୁଲ ପଡ଼ିଆରେ ମୀନାବଜାର ଆଦି ବିଭିନ୍ନ ପ୍ରକାର କାଯ୍ୟର୍କ୍ରମ ପାଇଁ ପ୍ରସ୍ତୁତି ଅନ୍ତିମ ପଯ୍ୟୟରେ ପହଂଚିଛି। ଦିନ ପ୍ରାୟ ୨ଟାରୁ ସ୍ଥାନୀୟ ଗାନ୍ଧୀଛକରୁ ସମଲେଶ୍ୱରୀ ମନ୍ଦିର ପଯ୍ୟର୍ନ୍ତ ଅନୁଷ୍ଠିତ ହେବ ସାଂସ୍କୃତିକ ଶୋଭାଯାତ୍ରା। ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ, କଂସଙ୍କୁ ଦୈବବାଣୀ ଓ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ଆଦି ଦୃଶ୍ୟ ଦେଖିବା ପାଇଁ ଦର୍ଶକ ମହଲରେ ବେଶ୍‌ ଉତ୍କଣ୍ଠା ପ୍ରକାଶ ପାଇଛି।

image