18 August 2017
8:08:51 PM
Sambad News
ବରଗଡ଼

ବରଗଡ଼ଠାରେ ଆରମ୍ଭ ହୋଇଯାଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

By Sambad | Date: Jan 2 2017 8:32PM
ବରଗଡ଼ଠାରେ ଆରମ୍ଭ ହୋଇଯାଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା
kanak

ବରଗଡ଼: ବରଗଡ଼ଠାରେ ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ବରଗଡ଼ ଧନୁଯାତ୍ରାକୁ। ପ୍ରତାପୀ ମହାରାଜ କଂସଙ୍କ ନିର୍ଦ୍ଦେଶରେ ଦୀର୍ଘ ୧୧ ଦିନ ଧରି ପାଳିତ ହେଉଥିବା ଧନୁଯାତ୍ରାକୁ ପ୍ରତିବର୍ଷ ଅଭିନୟ ଜରିଆରେ ଦୃଶ୍ୟମାନ କରାଯାଇ ଥାଏ। ବରଗଡ଼ ସହରକୁ ମଥୁରା କରାଯାଏ। ସେହିପରି କୃଷ୍ଣ ଓ ବଳରାମ ଅମ୍ବାପାଲି ଗାଁରେ ଲୀଳା ପ୍ରଦର୍ଶନ କରନ୍ତି।
 
ଏହି ମହୋତ୍ସବର ଆରମ୍ଭ ପୂର୍ବରୁ ସାଂସ୍କୃତିକ ରାଲି ଆୟୋଜିତ ହୋଇ ଥିଲା। ଯେଉଁଥିରେ ଜିଲ୍ଲା, ରାଜ୍ୟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଶହ ଶହ କଳାକାର ସାମିଲ ହୋଇଥିଲେ। 
 
ଇଂରେଜ ଶାସନ, ରାଜାରାଜୁଡା-ଜମିଦାରୀ ଶାସନ ଏବଂ ପୁଂଜିବାଦ ବିରୋଧରେ ଏକ ସ୍ୱରର ପ୍ରତୀକ ଭାବରେ ଆରମ୍ଭ ହୋଇଥିଲା ଏହି ଧନୁଯାତ୍ରା। ପରବର୍ତ୍ତୀ ସମୟରେ ଏହା ବେଶ ଲୋକପ୍ରିୟ ହୋଇପାରିଛି।