19 September 2017
5:02:16 PM
Sambad News
ବରଗଡ଼

ବରଗଡ଼: ବିଦ୍ୟୁତ ଆଘାତରେ ଜଳିଗଲା ଟ୍ରକ୍‌, ଡ୍ରାଇଭର ଗୁରୁତର

By Sambad | Date: Jan 3 2017 1:10PM
ବରଗଡ଼: ବିଦ୍ୟୁତ ଆଘାତରେ ଜଳିଗଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ବରଗଡ଼: ଆଜି ଦିନ ସାଢ଼େ ୧୨ଟା ବେଳେ ବରଗଡ଼ ସହରର ଭଟଲି ରୋଡ୍‌ରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଟ୍ରକ୍‌ ଜଳି ଯାଇଛି। ବିଦ୍ୟୁତ ଆଘାତରେ ଗୁରୁତର ଡ୍ରାଇଭରଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 
 
ମିଳିଥିବା ସୂଚନାରୁ ପ୍ରକାଶ ଯେ  କୁର୍‌କୁରେ ଚିପ୍‌ସ ଆଦି ଖାଦ୍ୟପଦାର୍ଥ ନେଇ ଟ୍ରକ୍‌ଟି ଯାଉଥିବା ବେଳେ  ନୁଆଁଣିଆ ବିଦ୍ୟୁତ ତାର ସଂସ୍ପର୍ଶରେ  ଆସି ଯାଇଥିଲା। ଫଳରେ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ବରଗଡ଼ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି।  
 

image