18 January 2017
7:02:58 AM
Sambad News
ବରଗଡ଼

ବର୍ଷା ଓ କରାମାଡ଼ରେ ବ୍ୟାପକ କ୍ଷୟକ୍ଷତି

By Sambad | Date: Jan 4 2017 7:19AM
ବର୍ଷା ଓ କରାମାଡ଼ରେ ବ୍ୟାପକ କ୍ଷୟକ୍ଷତି

ଅମ୍ବାଭୋନା,: କୁଶମୁଦା ଗାଁରେ ଏକ ଘଣ୍ଟା ଧରି ଅଦିନିଆ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁ ସାରା ଧଳା ଚାଦରରେ ଆଚ୍ଛାଦିତ ହୋଇ ପଡ଼ିଛି । ସୋମବାର ବିଳମ୍ବିତ ରାତିରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି । ଏହି କରାର ଓଜନ ୧୦୦ରୁ ୨୦୦ ଗ୍ରାମ ସହିତ ୧ ଫୁଟ ମୋଟା ଧଳା ଚାଦରରେ ଢାଙ୍କି ହୋଇଥିଲା।  କରକାପାତ ଯୋଗୁଁ ଗାଁର ରବି ଫସଲ ମୁଗ, ବିରି, ଗହମ, ଧାନ, ପିଆଜ, କୋବି, ଆତ, ବାଇଗଣ, ରସୁଣ, ସୋରିଷ ଆଦି ଫସଲ ନଷ୍ଟ ହୋଇଛି। କୁଆପଥର ମାଡ଼ ଯୋଗୁଁ ଗାଁର ଅଧିକାଂଶ ଛପର ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ଯାଇଛି।

ଗାଁ ଛାତ ଉପରେ ବରଫଖଣ୍ଡ ପଡ଼ିଥିବା କରାଗୁଡ଼ିକ ରଫା ଏବଂ ବେଲଚା ସହାୟତାରେ ବାହାର କରିବା ଏବଂ ଗାଁର ନଡ଼ା ଘର ଲୋକେମାନେ ଡଲାଭାର ସହାୟତାରେ ବାହାରକୁ ଫୋପାଡୁଥିବା ଦେଖିବାକୁ ମିଳିଥିଲା । ବୁଲା ଗାଇ, ଗୋରୁ, କୁକୁର, ବିଲେଇ ତଥା ଶହ ଶହ ପକ୍ଷୀଙ୍କ ମୃତ୍ୟୁ ହୋଇଛି । ଏଥିସହିତ କୁଶମୁଦା ଗାଁକୁ ଲାଗି ରହିଥିବା ଜଙ୍ଗଲରେ ହଜାର ହଜାର ପକ୍ଷୀଙ୍କ କୁଆପଥରରେ ମୃତ୍ୟୁ ହୋଇଛି । ଅଦିନିଆ ବର୍ଷା ଏବଂ କରାମାଡ଼ ପ୍ରବାହରେ ବିଭିନ୍ନ ଫଳ, ଫୁଲଗୁଡ଼ିକ ବ୍ୟାପକ ନଷ୍ଟ ହୋଇଛି। ଅଦିନିଆ ବର୍ଷା ହେତୁ ମଣ୍ଡିରେ ଚାଷୀ, ଧାନ ଭିଜି ନଷ୍ଟ ହୋଇଛି ।

ଅମ୍ବାଭୋନା  ବ୍ଲକ ଭୁକ୍ତା, ଲଖନପୁର, କଣ୍ଡପଲା ପ୍ରମୁଖ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀଙ୍କ ଧାନ ଭିଜି ନଷ୍ଟ ହୋଇଛି । ଭୈନାତୋରା, ଚିଖିଲି, ବାଞ୍ଜିପାଲି, ଗଣ୍ଟିଆପାଲି, ଡୁଙ୍ଗୁରି, ବଡ଼ମାଳ ପ୍ରମୁଖ ଗାଁରେ କିଛି ସମୟ ଛୋଟ ଆକାରରେ କରାମାଡ଼ ହୋଇ ବର୍ଷା ହୋଇଥିବା ଖବର ମିଳିଛି ।