23 February 2017
9:41:19 PM
Sambad News
ବରଗଡ଼

ବରଗଡ଼ ଧନୁଯାତ୍ରା : କାଳୀୟ ଦଳନ, ଯଶୋଦାଙ୍କ ବିଶ୍ୱରୂପ ଦର୍ଶନ

କୃଷ୍ଣଙ୍କୁ ହତ୍ୟା ପାଇଁ ରଙ୍ଗସଭା ନିଷ୍ପତ୍ତି

By Sambad | Date: Jan 7 2017 4:58AM
ବରଗଡ଼ ଧନୁଯାତ୍ରା : କାଳୀୟ ଦଳନ, ଯଶୋଦାଙ୍କ ବିଶ୍ୱରୂପ ଦର୍ଶନ

ଗୋପପୁର/ମଥୁରାନଗରୀ : କାଳିଆକାହ୍ନଙ୍କ ବାଲ୍ୟଲୀଳାରେ ବିମୋହିତ ହୋଇପଡ଼ିଛନ୍ତି ଗୋପପୁରବାସୀ ଓ ଗୋପୀ-ଗୋପାଙ୍ଗନାମାନେ। ଅନ୍ୟପଟେ କୃଷ୍ଣ-ବଳରାମ ଗୋପାଳ ବାଳକଙ୍କ ସହ ଗାଈଗୋଠକୁ ପ୍ରବେଶ କରି ଗୋଚାରଣ ଓ ଗୋ-ଉପାସନା କରିଛନ୍ତି। କୃଷ୍ଣ ବିଶ୍ୱରୂପ ଦର୍ଶନ କରାଇଛନ୍ତି ମା’ ଯୋଶଦାଙ୍କୁ। ଏହାପରେ କୃଷ୍ଣ କାଳିନ୍ଦୀ ହ୍ରଦରେ କରିଛନ୍ତି କାଳୀୟ ଦଳନ। କୃଷ୍ଣଙ୍କ ଜୟ ଜୟକାରରେ ପ୍ରକମ୍ପିତ ହୋଇଛି ଗୋପପୁର ଓ ପାଳନ କରାଯାଇଛି ଉତ୍ସବ। କିନ୍ତୁ ମା’ ଯୋଶଦା ପୁଅର ଏଭଳି ଅଲୈାକିକ କାଯ୍ୟର୍ରେ ଶଙ୍କାଗ୍ରସ୍ତ ହୋଇପଡ଼ିଛନ୍ତି। ଧନୁଯାତ୍ରାର ୫ମ ଦିନରେ ମଧ୍ୟ  ଗୋପଦାଣ୍ଡରେ ଘରେ ଘରେ କୃଷ୍ଣ-ବଳରାମଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଗୋପୀ-ଗୋପାଙ୍ଗନାମାନେ। 
 
ଅପରପକ୍ଷେ, ମଥୁରାନଗରୀରେ କୃୃଷ୍ଣ ନାମ ଶୁଣି ଅତିଷ୍ଠ ହୋଇପଡ଼ିଛନ୍ତି ମହାରାଜ କଂସ। ରାକ୍ଷସ ରାକ୍ଷସୀଙ୍କ ମୃତ୍ୟୁରେ ମହାରାଜ କଂସ ମର୍ମାହତ ହୋଇ ରାଜ ଦରବାରରେ ଡକାଇଛନ୍ତି ଆପାତ ବୈଠକ। କୃଷ୍ଣଙ୍କୁ ହତ୍ୟା  କରିବା ପାଇଁ ରଚିିଛନ୍ତି ଷଡ଼ଯନ୍ତ୍ର। ନାରଦଙ୍କ ପରାମର୍ଶ କ୍ରମେ ବିଚାର ବିମର୍ଶ ପାଇଁ କରଦ ରାଜ୍ୟର ରାଜାଙ୍କୁ ଆମନ୍ତ୍ରଣ କରିଛନ୍ତି ମଥୁରାନରେ। ଆସନ୍ତାକାଲି ପଡ଼ୋଶୀ ରାଜ୍ୟଗୁଡ଼ିକର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ‘ରଂଗସଭା’ର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଜ।