01 March 2017
11:14:34 PM
Sambad News
ବରଗଡ଼

ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

By Sambad | Date: Jan 7 2017 10:39AM
ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ଗୋଡ଼ଭଗା,: ଗୋଡ଼ଭଗା ଏନଏଚ ୬ ଉପରେ ଏକ ଘରୋଇ ବସ୍‌ (ଓଆର ୦୨ ଏଡି ୬୩୧୯) ଧକ୍କାରେ ଯଶୋଦା ପ୍ରଧାନ (୭୫)ଙ୍କ ମୃତ୍ୟୁ ହୋଇଛି। ବୃଦ୍ଧାଙ୍କ ଘର ଗୋଡ଼ଭଗା ପଞ୍ଚାୟତ କେନ୍ଦୁପାଲି ଗାଁରେ ବୋଲି ଜଣାପଡ଼ିଛି। ସମ୍ବଲପୁର ପଟେ ଯାଉଥିବା ଘଣ୍ଟେଶ୍ୱରୀ ବସ୍‌ ଗୁରୁବାର ସଂଧ୍ୟା ସମୟରେ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୋଡ଼ଭଗା ଫାଣ୍ଡି ଅଧିକାରୀ ତାଙ୍କ ଶବକୁ ଜବତ କରି ବରଗଡ଼ ସଦର ମେଡିକାଲ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଫାଣ୍ଡି ଅଧିକାରୀ ପ୍ରଦୀପ ତାଣ୍ଡି ପ୍ରକାଶ କରିଛନ୍ତି।