26 June 2017
12:42:36 AM
Sambad News
ବରଗଡ଼

ସଡ଼କ ସୁରକ୍ଷା ସପ୍ତାହ

ଚାଲିଲେ ଜିଲ୍ଲାପାଳ,ଅଧିକାରୀ ଓ ଛାତ୍ରଛାତ୍ରୀ

By Sambad | Date: Jan 10 2017 7:05AM
ସଡ଼କ ସୁରକ୍ଷା ସପ୍ତାହ

ବରଗଡ଼: ବରଗଡ଼ଠାରେ ୨୮ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଓ୍ଵାକାଥନ୍‌ ଅନୁଷ୍ଠିତ ହୋଇଥିଲା। ସଡ଼କ ସୁରକ୍ଷାର ବାର୍ତ୍ତା ନେଇ ଜିଲ୍ଲାପାଳଙ୍କ ସମେତ ଅଧିକାରୀ ଓ ସ୍କୁଲ ଛାତ୍ରଛାତ୍ରୀ ଚାଲିଥିଲେ। ଏଥିସହ ଗଡ଼ିଥିଲା ସଡ଼କ ସୁରକ୍ଷା ନେଇ ସଚେତନତା ରଥ। ଯାହାକି ଗାଁ ଗାଁ ବୁଲି ସଡ଼କ ସୁରକ୍ଷାର ବାର୍ତ୍ତା ପ୍ରଚାର କରିବ। ଏହି ରଥ ଓ ଓ୍ଵକାଥନ୍‌କୁ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ଉଦ୍‌ଘାଟନ କରିଥିଲେ।।

ଆରଟିଓ କେଶବଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଯ୍ୟର୍କ୍ରମରେ ଅତିରିକ୍ତ ଏସ୍‌.ପି ଯୋଶବନ୍ତ ସେନାପତି, ଉପଜିଲ୍ଲାପାଳ ଭୀନସେଣ୍ଟ ପୁନମ କାନ୍ତ ଏକ୍କା, ଏସଡିପିଓ ସୁରେଶ ନାଏକ, ଲକ୍ଷ୍ମୀ ପଣ୍ଡା, ଡ଼ିପିଆରଓ କଲ୍ୟାଣୀ ଦାଶ, ଥାନାଧିକାରୀ ରାଜକିଶୋର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍କୁଲ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଓ୍ଵାକାଥନ ଆରଟିଓ ଅଫିସରୁ ଥାନା ଛକ ପଯ୍ୟର୍ନ୍ତ ଅନୁଷ୍ଠିତ ହୋଇଥିଲା।