01 May 2017
2:08:42 AM
image
Sambad News
ରାଜ୍ୟ

ବୃଦ୍ଧଙ୍କୁ ହାତୀ ଦଳିଦେଲା

By Sambad | Date: Jan 11 2017 1:45AM
ବୃଦ୍ଧଙ୍କୁ ହାତୀ ଦଳିଦେଲା

ପଦ୍ମପୁର: ବରଗଡ଼ ଜିଲ୍ଲା ଘେଁସ ରେଞ୍ଜ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଜ୍ଞାନ ଗାଁରେ ହାତୀ ଆକ୍ରମଣରେ ବିପ୍ର ସାମନୀ(୬୫)ଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଭୋର୍‌ ସମୟରେ ବିପ୍ର ନିତ୍ୟକର୍ମ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ହାତୀପଲରୁ ଗୋଟିଏ ହାତୀ ଦୌଡ଼ି ଆସି ତାଙ୍କୁ ଶୁଣ୍ଢରେ ଟାଣି ଆଣି ତଳେ କଚାଡ଼ି ଦେବା ସହ ଗୋଡ଼ରେ ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ରେଞ୍ଜର ରମଣୀ ରଞ୍ଜନ ଯୋଷୀ, ମେଲଛାମୁଣ୍ଡା ଥାନାଧିକାରୀ ଲଲିତ ଲାକ୍ରା ଘଟଣାସ୍ଥଳରେ ପହଁଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଉପଜିଲ୍ଲାପାଳଙ୍କ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ରାଶି ପରିବାରକୁ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କିଛି ଦିନ ହେଲା ୨୦ରୁ ୨୫ଟି ହାତୀ ଏହି ଅଞ୍ଚଳରେ ଉପଦ୍ରବ ଜାରି ରଖିଥିଲେ ହେଁ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି।

image