25 June 2017
7:23:59 AM
Sambad News
ବରଗଡ଼

ଧନୁଯାତ୍ରା ଦ୍ୱିତୀୟ ଦିନ: ନଗର ଭ୍ରମଣରେ ସରକାରୀ ଅଧିକାରୀଙ୍କୁ ଜରିମାନା କଲେ ମହାରାଜ କଂସ

By Sambad | Date: Jan 3 2017 7:24PM
ଧନୁଯାତ୍ରା ଦ୍ୱିତୀୟ ଦିନ:  ନଗର ଭ୍ରମଣରେ ସରକାରୀ ଅଧିକାରୀଙ୍କୁ ଜରିମାନା କଲେ ମହାରାଜ କଂସ

ବରଗଡ଼: ୬୮ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା  ଦ୍ୱିତୀୟ ଦିନରେ ରଙ୍ଗମହଲର ଉଦ୍‌ଘାଟନ କରିଛନ୍ତି ଉତ୍ତରାଞ୍ଚଳର ରାଜସ୍ୱ କମିଶନର ଭାସ୍କରଜ୍ୟୋତି ଶର୍ମା। ଏହି ଅବସରରେ ମହାରାଜ କଂସ ତାଙ୍କ ଅନାରକଲି ହାତୀ ଉପରେ ସବାର ହୋଇ ଗୋପପୁର ଭ୍ରମଣ କରିଥିଲେ। ଏହି ଭ୍ରମଣ ସମୟରେ ଜିଲ୍ଲା କୃଷି ଅଧିକାରୀଙ୍କୁ ତାଗିଦ କରିବା ସହ ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯଦି ଏଥିରେ ଖିଲାପ କରାଯାଏ ତେବେ ତାଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ମଧ୍ୟ ସୂଚାଇ ଦେଇଥିଲେ। 
 
ବରଗଡ଼ ବସଷ୍ଟାଣ୍ଡ ବୁଲି ବସଷ୍ଟାଣ୍ଡ ମୁଖ୍ୟଙ୍କୁ ବସ୍‌ଷ୍ଟାଣ୍ଡ ପରିବେଶକୁ ପରିଛନ୍ନ କରିବା ପାଇଁ କହିବା ସହିତ ଗୋପପୁରକୁ କ’ଣ ପାଇଁ ବସ ସେବା ଯୋଗାଉଛନ୍ତି ସେନେଇ ତାଗିଦ କରି ତାଙ୍କୁ ୬୦ଲକ୍ଷର ସ୍ୱର୍ଣ୍ଣମୁଦ୍ରା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଧନୁଯାତ୍ରା ଅବସରରେ ରାଜ୍ୟର ଅନେକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।