18 January 2017
7:07:01 AM
Sambad News
ବରଗଡ଼

ବରଗଡ଼ ଧନୁଯାତ୍ରାର କଂସ କଳାକାରଙ୍କୁ ପରିବର୍ତ୍ତନ ପାଇଁ ଦାବି

By Sambad | Date: Dec 30 2016 1:19PM
ବରଗଡ଼ ଧନୁଯାତ୍ରାର କଂସ କଳାକାରଙ୍କୁ ପରିବର୍ତ୍ତନ ପାଇଁ ଦାବି

ବରଗଡ଼: ବରଗଡ଼ ଧନୁଯାତ୍ରାରେ କଂସ ଭୂମିକା କରୁଥିବା କଳାକାରଙ୍କୁ ପରିବର୍ତ୍ତନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି ବରଗଡ଼ ଜିଲ୍ଲା  କଳାକାର ସଂଘ। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବରଗଡ଼ ଧନୁଯାତ୍ରାର ପରମ୍ପରା ଭଙ୍ଗ କରି କଂସ ଭୂମିକାର ଅଭିନୟ କରୁଥିବା କଳାକାର ହୃଷୀକେଶ ଭୋଇ ଅନ୍ୟତ୍ର କଂସ ଭୂମିକାରେ ଅଭିନୟ  କରିଛନ୍ତି। ତେଣୁ ତାଙ୍କୁ ଆଉ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ଦିଆ ନ ଯାଉ। 
ସୂଚନା ଯୋଗ୍ୟ ଯେ ଏହି ଘଟଣା ନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ  ବିଜୟ କୁମାର ରଥ ଅଭନେତା ହୃଷିକେଶ ଭୋଇଙ୍କୁ ନୋଟିସ ଜାରି କରିଥିଳେ। ଶ୍ରୀ ଭୋଇ ତାଙ୍କ ଭୂଲ ହୋଇଛି ବୋଲି କହିବା ସହିତ ଏପ୍ରକାର ତ୍ରୁଟି ଭବିଷ୍ୟତରେ ହେବ ନାହିଁ ବୋଲି ଲିଖିତଭାବେ ଜଣାଇ କ୍ଷମା ପ୍ରାର୍ଥନା କରିଛନ୍ତି।