28 May 2017
5:55:59 PM
image
Sambad News
ରାଜ୍ୟ

ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ ସଭା

By Sambad | Date: Dec 17 2016 2:59AM
ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ ସଭା

ଭଦ୍ରକ : ନବ ନିର୍ମାଣ କୃଷକ ସଂଗଠନର ଦୁଇ ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦଙ୍କୁ ଅଗଣତାନ୍ତ୍ରିକ ଭାବେ ଗିରଫ କରି ଜେଲ୍‌ ପଠାଯିବା ଓ ସଂଗଠନର ରାଜଧାନୀ ସମାବେଶକୁ ଭଣ୍ଡୁର କରିବା ଘଟଣାରେ ସାରା ରାଜ୍ୟରେ କୃଷକମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଆଜି ସଂଗଠନର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାଯ୍ୟଳୟ ଆଗରେ ଶତାଧିକ ଚାଷୀ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।
 
ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ କୃଷକମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର କୃଷକମାନଙ୍କ ଉପରେ ଯେଉଁ ଗୁଣ୍ଡାଗିରି କଲେ  ସେଥିପାଇଁ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରିବାକୁ ବାଧ୍ୟ କରିଛି ବୋଲି କୁହାଯାଇଛି। ଚାଷୀର ଏହି ୩ଟି ସ୍ୱାର୍ଥ ହାସଲ ପାଇଁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିବା ସଂଗଠନକୁ ଭାଙ୍ଗି ଦେବା ଲାଗି ସରକାରଙ୍କର ଚକ୍ରାନ୍ତକୁ ସଫଳ କରାଇ ଦିଆଯିବ ନାହିଁ ବୋଲି ପ୍ରତିବାଦ ସଭାରେ ଜିଲ୍ଲା ସଂଗଠନର ସଂଯୋଜକ ଭବେନ୍ଦ୍ର ସାହୁ ଚେତାବନୀ ଦେଇଛନ୍ତି। କୃଷକ ନେତାଙ୍କୁ ତୁରନ୍ତ ନ ଛାଡ଼ିଲେ ଆଗାମୀ ଦିନରେ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଆହୁରି ବିପଯ୍ୟର୍ସ୍ତ ହେବ ବୋଲି ସଂଗଠନର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।

image