24 July 2017
8:15:13 AM
image
Sambad News
ଭଦ୍ରକ

ମେୟରଙ୍କ ଗିରଫ ଦାବିରେ ରାସ୍ତାରୋକ

By Sambad | Date: Dec 20 2016 6:38AM
ମେୟରଙ୍କ ଗିରଫ ଦାବିରେ ରାସ୍ତାରୋକ

ବାସୁଦେବପୁର: ଭୁବନେଶ୍ୱର ମେୟରଙ୍କ ଯୌନ କେଳେଙ୍କାରୀ ଓ ଛାତ୍ରହତ୍ୟାର ସମ୍ପୃକ୍ତି ଅଭିଯୋଗ ଉଠିବା ପରେ ରାଜ୍ୟ ବିଜେପିର ସ୍ୱର ତୀବ୍ର ହେବାରେ ଲାଗିଛି। ମେୟରଙ୍କ ଏପରି କାର୍ଯ୍ୟରେ ସମ୍ପୃକ୍ତିି ଅଭିଯୋଗକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିବା ବେଳେ ବାସୁଦେବପୁରରେ ପରିଲକ୍ଷିତ ହୋଇଛି। ଆଜି ବାସୁଦେବପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ପୌରପାଳିକା ଫାଟକ ନିକଟସ୍ଥ ବାସୁଦେବପୁର-ଧାମରା ମୁଖ୍ୟରାସ୍ତାକୁ ଦୁଇ ଘଣ୍ଟିଆ ବନ୍ଦ କରାଯାଇଛି।

ପ୍ରତିବାଦରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିନବନ୍ଧୁ ପତିଙ୍କ ନେତୃତ୍ୱରେ ଅନେକ ବିଜେପି କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ଏହି ବନ୍ଦ ପାଳନ ଦିନ ୧୦ରୁ ମଧ୍ୟାହ୍ନ ବାରଟା ପର୍ଯ୍ୟନ୍ତ ଜାରି ରହିଥିଲା। ଫଳରେ ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ଯୋଗୁଁ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇଥିଲା। ଏହି ରାସ୍ତାରୋକରେ ନଗର ସଭାପତି ପ୍ରଦୀପ ମହାନ୍ତି, ସଂପାଦକ ମହେଶ୍ୱର ବାରିକ, ସାଧାରଣ ସଂପାଦକ ଜ୍ଞାନରଞ୍ଜନ ମହାନ୍ତି, ସଞ୍ଜୟ ପାତ୍ର, ପୂର୍ବତନ ଜିଲ୍ଲ ସାଧାରଣ ସଂପାଦକ ବାସୁଦେବ ବାରିକ, ଇରମ ମଣ୍ଡଳ ସଭାପତି ନିର୍ମଳ ପଣ୍ଡା, ଯୁବନେତା ଜୟପ୍ରକାଶ ମଲ୍ଲିକ, ନଗର ମଣ୍ଡଳ  ଯୁବମୋର୍ଚ୍ଚାର ସଭାପତି ସମ୍ବିତ୍‌ ମହାନ୍ତି, ପଛୁଆବର୍ଗ ସଂପାଦକ ବିଦ୍ୟାଧର ମୁଦୁଲି ପ୍ରମୁଖ ସାମିଲ ହୋଇଥିଲେ।