22 February 2017
11:41:10 AM
Sambad News
ଭଦ୍ରକ

ମୀର୍ଜାପୁର ପଞ୍ଚାୟତ ଦାବି ଜୋର୍‌ ଧରିଲା

By Sambad | Date: Dec 21 2016 6:46AM
ମୀର୍ଜାପୁର ପଞ୍ଚାୟତ ଦାବି ଜୋର୍‌ ଧରିଲା


ତିହିଡ଼ି: ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ରାଜସ୍ୱ ଗ୍ରାମକୁ ନୂତନ ପଞ୍ଚାୟତର ମାନ୍ୟତା ଦାବି ଜୋର ଧରିଲା। ରବିବାର ତିହିଡ଼ିସ୍ଥିତ ଫ୍ରେଣ୍ଡସ୍‌ ୟୁନିଟ୍‌ ପରିସରରେ ଗ୍ରାମବାସୀଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମବାସୀ ମାନେ କହିଥିଲେ ଯେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ ଧାରା-୩ ଉପଧାରା-୩ ଅନୁଯାୟୀ ଗୋଟି ପଞ୍ଚାୟତ ୨ହଜାରରୁ କମ୍‌ ଏବଂ ୧୦ହଜାରରୁ ଅଧିକ ଜନସଂଖ୍ୟକୁ ନେଇ କୌଣସି ପଞ୍ଚାୟତ ଗଠନ କରାଯିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଥିଲା ବେଳେ ମିର୍ଜାପୁର କ୍ଷେତ୍ରରେ ଅଣଦେଖା କରାଯାଇଛି।

ତିହିଡ଼ି ବ୍ଲକର ବାମନବିନ୍ଧା ପଞ୍ଚାୟତକୁ ପୁନର୍ଗଠନ କରାଯାଇ ନୂତନ ଭାବରେ ଗଠିତ ହରିସିଂହପୁର ପଞ୍ଚାୟତର ଏକ ସମୟରେ ୨ଟି ପଞ୍ଚାୟତ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ମିର୍ଜାପୁର କ୍ଷେତ୍ରରେ ଏପରି ପାତରଅନ୍ତର ନୀତି ସମ୍ପୃକ୍ତ  ଗ୍ରାମବାସୀଙ୍କୁ ବ୍ୟଥିତ କରିଛି। ପ୍ରତ୍ୟେକ ପଞ୍ଚାୟତର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଅନୁଦାନ ଦେବାକୁ ଘୋଷାଣା କରନ୍ତି କିନ୍ତୁ ମିର୍ଜାପୁର ପଞ୍ଚାୟତ ହୋଇଥିଲେ ଅବିଭକ୍ତ ଭାଟପଡ଼ା ପାଇଁ ଅନୁଦାନ ମିଳି ପାରିଥାନ୍ତା। କିନ୍ତୁ ସହାୟତା ରାଶିରୁ ଏବେ ବଂଚିତ ହେବ ବୋଲି ଅଭିଯୋଗ କରିଛନ୍ତି।

ଭାଟପଡ଼ା ପଞ୍ଚାୟତ ପୁନର୍ଗଠନ କରାଯାଇ ନଥିବାରୁ ମିର୍ଜାପୁର ଗ୍ରାମବାସୀମାନେ ଅନଶନ କରିଥିଲା ବେଳେ ଭବିଷ୍ୟତରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବେ ବୋଲି ଶତାଧିକ ଗ୍ରାମବାସୀମାନେ କହିଛନ୍ତି । ମିର୍ଜାପୁର ଗ୍ରାମର ଦଶମୌଜା କେନାଲରୁ ୩ଟି ରିଆନାଳ ସମ୍ପୂର୍ଣ୍ଣ ଭାବରେ ଅସ୍ଥିତ୍ୱ ହରାଇଛି । ଦୀର୍ଘଦିନ ଏହାର ପୁନରୁଦ୍ଧାର କରିବାକୁ କହୁଥିଲେ ମଧ୍ୟ ସରକାର ନିରବତା ଅବଲମ୍ବନ କରୁଛନ୍ତି । ଏହି ମୌଜାରେ ଏନଆରଇଜିଏସ କାମ ସମ୍ପୂର୍ଣ୍ଣ ଠପ୍‌ ହୋଇଛି । ଭତ୍ତା ଏବଂ ଇନ୍ଦିରାଆବାସ ଏବଂ ମୋକୁଡ଼ିଆ ମୌଜାବାସୀଙ୍କୁ ସ୍ୱପ୍ନ ସଦୃଶ ।

ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସରକାର ସମସ୍ୟା ପ୍ରତି ଉଦାସୀନ ବୋଲି ଏହି ସମ୍ମିଳନୀରେ ବିଜୟ ନାୟକ, ସଚିକାନ୍ତ ନାୟକ, ପୀତାମ୍ବର ବେହେରା, ପ୍ରଭାତ ରାଉଳ, ଗୟାଧର ବାରିକ, ଶରତ କର, ଧୃବ ଚରଣ ମହାରଣା, ବିଷ୍ଣୁ ଚନ୍ଦ୍ର ଦାସ, ମନୋରଞ୍ଜନ ବେହେରା, ଅମର ପାଣି, ଶିବ ପ୍ରସାଦ କର, କୈଳାସ ବେହେରା, କୈଳାସ ପାତ୍ର, ବସନ୍ତ ବେହେରା,  ଅଶୋକ ହାତୀ, ଟିକିନା ଜେନା, ସୁରେନ୍ଦ୍ର ନାୟକ, ବାଇଧର ହାତୀ,  ବାପୁନ ନାୟକ, ସପନ ନାୟକ, କୁଲିଆ ନାୟକ, ଟିକିନା ଜେନା, ଜିତେନ୍ଦ୍ର ବେହେରା, ରାଜକିଶୋର ମିଶ୍ର, ହରିହର ନାୟକ ପ୍ରମୁଖ ଗ୍ରାମବାସୀମାନେ ପ୍ରକାଶ କରିଥିଲେ ।