20 August 2017
7:07:36 PM
Sambad News
ଭଦ୍ରକ

ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମୀଭୂତ

By Sambad | Date: Dec 25 2016 12:06AM
ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମୀଭୂତ

ଧାମନଗର : ଧାମନଗରସ୍ଥିତ ଗୋଖାଦିଠାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ତିନି ପରିବାରଙ୍କ ୧୦ ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଘଟିଥିବା କୁହାଯାଇଛି। ଅଗ୍ନିକାଣ୍ଡରେ ଗ୍ରାମର ବଂଶୀଧର ରାଉତ, ଲକ୍ଷ୍ମୀଧର ରାଉତ ଓ ରତ୍ନାକର ରାଉତଙ୍କ ୧୦ ବଖରା ଗୃହ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ କୌଣସି ଆସବାପତ୍ର ପଦାକୁ ବାହାରି ପାରିନଥିଲା। ଫଳରେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଥିବା ଆକଳନ କରାଯାଇଛି। 
 
ଧାମନଗର ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଜି ତହସିଲଦାର ଚାର୍ଲସ୍‌ ନାୟକ, ବିଧାୟକ ପ୍ରତିନିଧି ହରେକୃଷ୍ଣ ପାଢୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ମହାନ୍ତି, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, କୌଳାସ ମହାପାତ୍ର, ଶ୍ରୀଧର ସାହୁ, କୃଷ୍ଣଚନ୍ଦ୍ର ଜେନା ଓ ସେକ୍‌ ଜାଫର ଅଲ୍ଲୀ ପ୍ରମୁଖ ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ। ବିପନ୍ନ ପରିବାରଙ୍କୁ ସରକାରୀ ସହାୟତ ଯୋଗାଇ ଦିଆଯିବ ବୋଲି ଶ୍ରୀ ପାଢୀ ସୂଚନା ଦେଇଥିଲେ।