21 January 2017
10:58:19 PM
image
Sambad News
ରାଜ୍ୟ

ଅଗ୍ନି-୫ ପରୀକ୍ଷଣ ଆଜି!

By Sambad | Date: Dec 26 2016 5:07AM
ଅଗ୍ନି-୫ ପରୀକ୍ଷଣ ଆଜି!

ଚାନ୍ଦବାଲି : ବହୁ ପ୍ରତୀକ୍ଷିତ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫ର ଉତ୍‌କ୍ଷେପଣ ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ନିକଟସ୍ଥ ଅବ୍‌ଦୁଲ କଲାମ ଦ୍ୱୀପରେ ସମସ୍ତ ରକମର ପ୍ରସ୍ତୁତି ସରିଛି। ଉତ୍‌କ୍ଷେପଣ କେନ୍ଦ୍ରର ୪ନମ୍ବର ଲଞ୍ଚ୍‌ପ୍ୟାଡ୍‌ର ମୋବାଇଲ୍‌ ଲଞ୍ଚରରୁ ଅଗ୍ନି-୫ର ପରୀକ୍ଷା ହେବ। ପାଗ ଅନୁକୂଳ ରହିଲେ ଆସନ୍ତା କାଲି ନିର୍ଧାରିତ ସମୟ ପୂର୍ବାହ୍ନ ୧୦ରୁ ୧୦.୧୦ ମିନିଟ୍‌ ମଧ୍ୟରେ ଏହି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପରମାଣୁ କ୍ଷମତା ସଂପନ୍ନ ଇଣ୍ଟର କଂଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ (ଆଇସିବିଏମ୍‌) ଅଗ୍ନି-୫ର ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ଏବଂ ଓଜନ ୫୦ଟନ୍‌। ଏଥିରେ ୧.୫ ଟନ୍‌ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ୩ଷ୍ଟେଜ୍‌ ବିଶିଷ୍ଟ କଠିନ ଇନ୍ଧନ ଆବଶ୍ୟକ କରୁଥିବା ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ୫୦୦୦ରୁ ୮୦୦୦ କିମି.।