22 February 2017
11:43:34 AM
Sambad News
ଭଦ୍ରକ

ପାନୀୟଜଳର ଅପବ୍ୟବହାର: ବଢୁଛି ଜନଅସନ୍ତୋଷ

By Sambad | Date: Dec 30 2016 11:51AM
ପାନୀୟଜଳର ଅପବ୍ୟବହାର: ବଢୁଛି ଜନଅସନ୍ତୋଷ


ଆଗରପଡ଼ା: ଆଗରପଡ଼ା ରାମଗଡ଼ପଦାସ୍ଥିତ ପାନୀୟ ଜଳ ପ୍ରକଳ୍ପର ଜଳକୁ ଦାୟିତ୍ୱରେ ଥିବା କର୍ମଚାରୀ ଅପବ୍ୟବହାର କରୁଥିବାରୁ ଜନ ସାଧାରଣଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଠିକଣା ସମୟରେ ଜଳ ଚାଲୁ କରୁ ନ ଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇସାରାରେ ଜଳ ଯୋଗାଣ କରାଯାଉଛି । ଏପରିକି ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିବାହ, ବ୍ରତ ଆଦି କାଯ୍ୟର୍ରେ ଏହି କେନ୍ଦ୍ରରୁ ଦିନ ଓ ରାତି ତମାମ ଜଳ ଯୋଗାଣ କରାଯାଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଏପରି କାଯ୍ୟର୍କୁ ଘୋର ବିରୋଧ କରିଛନ୍ତି।

ଫଳରେ ପାନୀୟ ଜଳକୁ ଅପବ୍ୟବହାର କରାଯାଉଥିବାରୁ ବହୁ ପରିମାଣରେ ଜଳ ଅପଚୟ ହେବା ସହିତ ବିଦ୍ୟୁତ ବିଲ୍‌ ବୃଦ୍ଧି ପାଉଛି। ସରକାରୀ ରାଜକୋଷରୁ ଏହି ଅର୍ଥ ଭରଣା କରାଯାଉଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଜଳକୁ ସ୍ଥାନୀୟ କର୍ମଚାରୀ ଜରିଆରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଅପବ୍ୟବହାର କରୁଥିବାର ଅଭିଯୋଗ ହୋଇଛି । ଏଠାରେ ୨ବର୍ଷ ହେବ ପାଣି ଟାଙ୍କି ନିର୍ମାଣ କାଯ୍ୟର୍ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଟାଙ୍କିରୁ ଜଳ ଯୋଗାଣ କରା ନ ଯାଇ ସିଧାସଳଖ ମୋଟର ଚଲାଇ ଜଳ ଯୋଗାଣ କରାଯାଉଛି ।

ଜଳ ଯୋଗାଣ ସମୟରେ ବିଦ୍ୟୁତ କାଟ୍‌ ଯୋଗୁଁ ଲୋକେ ପାନୀୟ ଜଳ ପାଇପାରୁନାହାନ୍ତି କି ବିଦ୍ୟୁତ ସଂଯୋଗ ହେବା ପରେ ପୂନର୍ବାର ଚାଲୁ କରାଯାଉ ନ ଥିବା ବେଳେ ବ୍ୟକ୍ତିଗତ ଉତ୍ସବ ଓ ଠିକାଦାରଙ୍କ କାଯ୍ୟର୍ପାଇଁ ଜଳ ଯୋଗାଣ କରାଯାଉଛି। ସରକାର ଜନ ସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ କାଯ୍ୟର୍କାରୀ କରିଥିବା ବେଳେ ତାର ଓଲଟା ଫଳ ଦେଖିବାକୁ ମିଳିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଜଳ ଯୋଗାଣ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି ।