23 February 2017
5:51:09 AM
Sambad News
ଭଦ୍ରକ

ଦୁର୍ଘଟଣାରେ ଯୁବକ ମୃତ

By Sambad | Date: Jan 3 2017 7:06AM
ଦୁର୍ଘଟଣାରେ ଯୁବକ ମୃତ

ବେତାଳିଗାଁ, : ଧାମନଗର ବ୍ଲକର  ଧୁଷୁରୀ ପଞ୍ଚାୟତର ସୂର୍ଯ୍ୟପୁର ଗ୍ରାମର ଚନ୍ଦନ କୁମାର ଦାଶ(୩୮)ଙ୍କର ଗତ ୩୦ ତାରିଖରେ  ବେଲେରୋ ଧକ୍କାରେ ମୃତ୍ୟୁ ହୋଇଛି। ହରିହର ଦାସଙ୍କ ପୁଅ ଚନ୍ଦନ ମା’ ତାରିଣୀଙ୍କ ଦର୍ଶନ  ନିମନ୍ତେ ବାଇକ ଯୋଗେ ଅନ୍ୟ  ଜଣେ ସାଙ୍ଗ ସହିତ ଯାଉଥିଲେ। କେନ୍ଦୁଝର ରାସ୍ତାର  ବିପରୀତ ଦିଗରୁ ଆସୁଥିିବା ଅନ୍ୟ  ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। 

ସେହିଠାରେ ହିଁ ଚନ୍ଦନର ମୃତ୍ୟୁ ହୋଇଥିଲା। ବାଇକାରେ ଥିବା ଅନ୍ୟ ଜଣେ  ରାଜୀବ  କୁମାର ଗୋସ୍ୱାମୀ ଗୁରୁତର ଆହତ ହୋଇଥିଲେ।  ସ୍ଥାନୀୟ ଲୋକେ  ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।  ମୃତ ଚନ୍ଦନକୁ ମଧ୍ୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ଶବ ସତ୍କାର କରାଯାଇଥିଲା। ଚନ୍ଦନର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।