21 January 2017
11:51:00 AM
image
Sambad News
ଭଦ୍ରକ

ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

By Sambad | Date: Jan 6 2017 9:32PM
ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ
Photo by : squarespace.com

ଭଦ୍ରକ : ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ମହଲତ  ସାହା ଆଜି ଏକ ହତ୍ୟା ଉଦ୍ୟମ ଘଟଣାର ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। 
 
ପ୍ରକାଶ ଯେ, ଚାନ୍ଦବାଲି ଥାନା ଅନ୍ତର୍ଗତ ଖେରଙ୍ଗ ଗ୍ରାମର ସନାତନ ମାଝୀଙ୍କ ପରିବାର ଓ ଜୟୀରାମ ମାଝୀଙ୍କ ପରିବାର ମଧ୍ୟରେ ଘରୋଇ କଳହରୁ ବିବାଦର ସୂତ୍ରପାତ ହୋଇ ମାରପିଟ ହୋଇଥିଲା। ୨୦୧୪ ଅକ୍ଟୋବର ୧୩ତାରିଖରେ ଜୟୀରାମ ମାଝୀଙ୍କର ଦୁଇ ପୁଅ ସୁମନ୍ତ ଓ ଅନନ୍ତ ସହ ସନାତନଙ୍କର ଗଣ୍ଡଗୋଳ ହୋଇଥିଲା। ଅନନ୍ତ ଏକ ଶାବଳରେ ସନାତନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସନାତନ ଗୁରୁତର ଆହତ ହୋଇଥିଲେ।
 
ଏ ସଂପର୍କରେ ଚାନ୍ଦବାଲି ଥାନାରେ ମାମଲା ରୁଜୁ କରାଯାଇଥିଲା। ଥାନା କେସ ନମ୍ବର ୨୦୪/୧୪ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଅନନ୍ତକୁ ଗିରଫ କରାଯାଇଥିଲା। ଏହି ମାମଲାର ବିଚାର କରି  ମାନ୍ୟବର କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରି ଜୟୀରାମ ଓ ସୁମନ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିବା ବେଳେ  ଅଭିଯୁକ୍ତ ଅନନ୍ତଙ୍କୁ  ୩୦୭ ଦଫା ମୂଳେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଥିବା ବେଳେ ୫ ଶହ ଟଙ୍କା ଜୋରିମାନା କରାଯାଇଛି। ମାମଲାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଯତିକାନ୍ତ ନାୟକ ପରିଚାଳନା କରୁଥିଲେ।