23 August 2017
3:35:35 PM
image
Sambad News
ବୌଦ୍ଧ

ଛାତ୍ରୀଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

By Sambad | Date: Dec 10 2016 10:29AM
ଛାତ୍ରୀଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା


ବୌଦ୍ଧ: ବୌଦ୍ଧ ପଞ୍ଚାୟତ କଲେଜର ପୂର୍ବ ଛାତ୍ରୀ ତଥା ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ବିଜ୍ଞାନ ବଭାଗର ଗଣିତ ସମ୍ମାନର ପ୍ରଥମ ବର୍ଷ ସ୍ନାତୋକତ୍ତର ମେଧାବୀ ଛାତ୍ରୀ ସାବନ ଷଡଙ୍ଗୀଙ୍କ ବିୟୋଗରେ ବୌଦ୍ଧ ପଞ୍ଚାୟତ କଲେଜ ଛାତ୍ରଛାତ୍ରୀମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ୟୁଥ୍‌ ରେଡକ୍ରସର ସଂପାଦକ ତଥା ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଶତାଧିକ କଲେଜ ଛାତ୍ରଛାତ୍ରୀ ଓ ଅଧ୍ୟାପକ ସାମିଲ ହୋଇ ସାବନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

  ଏହା ମୃତ ଛାତ୍ରୀ ସାବନଙ୍କ ପୋଡାପଡା ସ୍ଥିତ ବାସଭାବନ ନିକଟରୁ ବାହାରି ରଥସାହି, ଜଗନ୍ନାଥ ମନ୍ଦିର, ଭୈରବୀଛକ, ଗାନ୍ଧୀ ଛକ, ଏନଏସି ଛକ, ବ୍ରାହ୍ମଣ ସାହି ଓୟାରଲେସ ଛକ ଦେଇ ପୁଣିଥରେ ତାଙ୍କ ବାସଭବନ ନିକଟରେ ସମାପ୍ତ ହୋଇଥିଲା। ଏହି ଶୋଭାଯାତ୍ରାରେ ସାବନଙ୍କ ସମ୍ବଲପୁର କଲେଜର କିଛି ସହପାଠୀଙ୍କ ସମେତ ବୌଦ୍ଧ କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା, ଗଣିତ ବିଭାଗ ଅଧ୍ୟାପକ ନୃସିଂହ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।