29 March 2017
8:42:15 PM
Sambad News
ବୌଦ୍ଧ

ହରଭଙ୍ଗା: ଗୋପବନ୍ଧୁ ଗ୍ରାମୀଣ ଯୋଜନା ବାଟବ

ବିନା ପଲ୍ଲୀସଭାରେ ଯନ୍ତ୍ରୀଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା କାମ କାହା ସ୍ୱାର୍ଥରେ?

By Sambad | Date: Dec 14 2016 3:29AM
ହରଭଙ୍ଗା: ଗୋପବନ୍ଧୁ ଗ୍ରାମୀଣ ଯୋଜନା ବାଟବ


ବୌଦ୍ଧ: ବୌଦ୍ଧ ଜିଲ୍ଲା ପଂଚାୟତିରାଜ ବିଭାଗରେ ଭଲ ପ୍ରଦର୍ଶନ କରିଥିବାରୁ  ରାଜ୍ୟସ୍ତରରେ ପ୍ରଥମ ସ୍ଥାନରେ ରହିଛି। ମାତ୍ର  ଜିଲ୍ଲାର ହରଭଙ୍ଗା ବ୍ଳକରେ ପ୍ରଶାସକ ଓ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି ଯୋଗୁଁ ସଫଳତା ପାଣିଚିଆ ହୋଇ ଯାଇଛି। ବିଡିଓ  ଖୁଲମଖୁଲା  ଠିକାଦାରୀ ପ୍ରୀତିରେ ମାତିଥିବା ଅଭିଯୋଗ ହେଉଛି। ପଂଚାୟତିରାଜ ଗାଇଡ୍‌ ଲାଇନ  ଅନୁସାରେ ବ୍ଳକ କିମ୍ବା ପଂଚାୟତସ୍ତରରେ ୫ ଲକ୍ଷଠାରୁ କମ୍‌ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ବିଭିନ୍ନ ଯୋଜନାରେ ଉନ୍ନୟନ କାଯ୍ୟର୍ ପଲ୍ଲୀସଭା ମାଧ୍ୟମରେ କରାଯିବାକୁ ସିଧାସଳଖ ନିୟମ ରରହିଛି। କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ହରଭଙ୍ଗା ବ୍ଲକରେ ବିନା ପଲ୍ଲୀସଭାରେ ଯନ୍ତ୍ରୀ ଏବଂ ବିଡିଓଙ୍କ ମଧୁଚନ୍ଦ୍ରିକାରେ କିଭଳି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍‌ କରାଯାଉଛି ତାହାର ଏକ ନମୁନା ଦେଖିବାକୁ ମିଳୁଛି।
 

ହରଭଙ୍ଗା ପଂଚାୟତ ସମିତି ତରଫରୁ ଚଳିତ ବର୍ଷ ସମସ୍ତ ୧୮ଟି ପଂଚାୟତରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ନୂତନ କଂକ୍ରିଟ ରାସ୍ତା ଏବଂ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଇବା ପାଇଁ  ୧୦ରୁ ୧୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। କିନ୍ତୁ ଉକ୍ତ କାଯ୍ୟର୍ଗୁଡିକ ପଲ୍ଲୀସଭା ମାଧ୍ୟମରେ କରାଯିବା ପରିବର୍ତ୍ତେ ବ୍ଲକ କର୍ତ୍ତୃପକ୍ଷ ଜାଣିଶୁଣି ପଂଚାୟତ ଦାଇତ୍ୱରେ ଥିବା  କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାଯ୍ୟର୍ାଦେଶ ମଞ୍ଜୁର କରିଛନ୍ତି ଓ ଯୁ୍‌ଦ୍ଧକାଳୀନ ଭିିତିରେ କାଯ୍ୟର୍ଗୁଡିକ ସଂପାଦନ କରାଯାଉ ଥିବାରୁ ଏହାର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଠାରେ ଯନ୍ତ୍ରୀ ନିଜ  ନାମରେ ଥିବା କାମକୁ ନିଜେ ମାପ କରି, ବିଲ କରି ନିଜ ଏକାଉଣ୍ଟରେ ଟଙ୍କା ଜମାକରିବା ନେଇ ପ୍ରଶାସନର କାଯ୍ୟର୍କଳାପ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଫଳରେ ନିର୍ମାଣ ହେଉଥିବା ରାସ୍ତା କାଯ୍ୟର୍ ନିମ୍ନମାନର ସାଙ୍ଗକୁ ୨ ଲକ୍ଷ ଟଙ୍କା କାଯ୍ୟର୍କୁ ମାତ୍ର ୮୦ରୁ ୯୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଅବଶିଷ୍ଟ ଅର୍ଥ ହରିଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଛି । ଏଭଳି ବେନିୟମ କାଯ୍ୟର୍କୁ ପଂଚାୟତସ୍ତରରେ ଲୋକ ପ୍ରତିନିଧିମାନେ ବିରୋଧ କରୁନାହାନ୍ତି। ଅନ୍ୟପକ୍ଷେ ଯନ୍ତ୍ରୀ, ମନ୍ତ୍ରୀଙ୍କ ହାତରେ ହାତ ମିଶାଉ ଥିବା ଅଭିଯୋଗ ହେଉଛି। ବିଶେଷ କରି ହରଭଙ୍ଗା ପଞ୍ଚାୟତର ଡିଆଁଘାଟ, ସୁରୁଣ୍ଡି, କୋଡାଶିଙ୍ଗା

ଆଦି ଗାଁରେ ଚଳତି ବର୍ଷ ଏହି ଯୋଜନାରେ ଠିକାଦାର ଯନ୍ତ୍ରୀଙ୍କ ନାମରେ କାମ ଶେଷ ହୋଇଥିବା ଦେଖିବାକୁ ମିଳିଛି। ପୂର୍ବତନ ବିଡିଓ ନିହାର ରଂଜନ କହଁରଙ୍କ ସମୟରେ ନିୟମ ଅନୁସାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ସମସ୍ତ କାଯ୍ୟର୍କୁ ପଲ୍ଲୀସଭା ମାଧ୍ୟମରେ କରିବା ପାଇଁ ପଞ୍ଚାୟତଗୁଡିକୁ ନିର୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ବିଡିଓ ରବୀନ୍ଦ୍ର ଶତପଥୀ ଏହି ନିୟମକୁ ପାଳନ କରିବା ପରିବର୍ତ୍ତେ ବେନିୟମ ଭାବେ ଅନାୟାସରେ ଯନ୍ତ୍ରୀଙ୍କୁ ଠିକାଦାର କରିବା ଘଟଣା ଅତି  ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି। ବ୍ଳକରେ ସରକାରୀ ଅନୁଶାସନକୁ ବାଦ୍‌ ଦେଇ ବିଡିଓ  ବଦଳିଳେ ନିୟମ ବଦଳୁଛି।

ଅନ୍ୟପକ୍ଷେ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଯନ୍ତ୍ରୀମାନେ ଏଭଳି ଗୋଟି ଚାଳନା କରୁଥିବା  କେତେକ ସମିତି ସଭ୍ୟ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଏ ସଂର୍ପକରେ ହରଭଙ୍ଗା ବିଡିଓ ଶ୍ରୀ ଶତପଥୀଙ୍କୁ ପଚାରିବାରୁ ପଂଚାୟତ ନିର୍ବାଚନ ପୂର୍ବରୁ କାମ  ସାରିବା ପାଇଁ ଉପରୁ ନିର୍ଦ୍ଦେଶ ରହିଛି, ସେହି ଅନୁସାରେ ପଲ୍ଲୀସଭାକୁ ଅପେକ୍ଷା ନକରି  ଯନ୍ତ୍ରୀଙ୍କ ନାଁରେ ଡିପାର୍ଟମେଟାଲ କାମ କରାଯାଉଛି ବୋଲି କହିଥିଲେ।
ଣା