30 March 2017
12:07:46 PM
Sambad News
ବୌଦ୍ଧ

ବିଭିନ୍ନ ସ୍କୁଲରେ ଶକ୍ତି ସଂରକ୍ଷଣ ଦିବସ

By Sambad | Date: Dec 15 2016 9:55AM
ବିଭିନ୍ନ ସ୍କୁଲରେ ଶକ୍ତି ସଂରକ୍ଷଣ ଦିବସ


ବୌଦ୍ଧ:  ସ୍ଥାନୀୟ ଯୋଗୀନ୍ଦ୍ର ଦେବ ହାଇସ୍କୁଲରେ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରେ ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷକ  ସୁଶାନ୍ତ ଘୁଟା ଅଧ୍ୟକ୍ଷତା କରିଥିଲେ। ଏଥିରେ ଏଡିଇଓ ଗେନ୍ଦ୍ରା କୁଜୁର ମୁଖ୍ୟ ଅତିଥି, ବୌଦ୍ଧ ପଞ୍ଚାୟତ କଲେଜ ଅଧ୍ୟାପକ ପ୍ରବୀର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଶିକ୍ଷକ ଟଙ୍କଧର ସାହୁ ଧନ୍ୟବାଦ ଦେଇଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ସହଯୋଗ କରିଥିଲେ।
 

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକ ସଦର ହାଇସ୍କୁଲରେ ସିଇଏସ୍‌ ପକ୍ଷରୁ ଶକ୍ତି ସଂରକ୍ଷଣନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।  ସ୍କୁଲର ପ୍ରଧାନ ଶିକ୍ଷକ ସୁମନ୍ତ ଖଟୁଆଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଶେଷରେ ସ୍କୁଲ ପରିସରରେ ଶକ୍ତି ସଂରକ୍ଷଣ ସଂପର୍କରେ ଏକ ଆଲୋଚନାସଭା ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।  ଏଥିରେ ସହକାରୀ ଶିକ୍ଷକ ମନୋରଞ୍ଜନ ପ୍ରଧାନ, ରମେଶ ସାମଲ, ସୂର୍ଯ୍ୟକାନ୍ତ ସାହୁ, ଭାଗିରଥି ପୋଢ଼, ପଦ୍ମାବତୀ ଆଚାର୍ଯ୍ୟ, ରେଣୁବାଳା ବେହେରା ପ୍ରମୁଖ ସହଯୋଗ କରିଥିଲେ।
 

ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଡ. ସୁବାସ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ବୁଧବାର ଛାତ୍ରମାନେ ଶକ୍ତି ସଂରକ୍ଷଣ ନେଇ ସହର ପରିକ୍ରମା କରିଥିଲେ। ଏଥିରେ ଶିକ୍ଷକ ଜୟକୃଷ୍ଣ ପଧାନ ଓ ଅନ୍ୟ ଶିକ୍ଷକମାନେ ମଧ୍ୟ ସାମିଲ ଥିଲେ। ଏହି ଉପଲକ୍ଷେ ଗତ କିଛିଦିନ ତଳେ ହାଇସ୍କୁଲରେ ବ୍ଲକ୍‌ସ୍ତରୀୟ କୁଇଜ ପ୍ରତିଯୋଗିତା ହୋଇଥିଲା। ଏଥିରେ ସର୍ଗୁଲ ହାଇସ୍କୁଲର ଛାତ୍ର ଅରବିନ୍ଦ ମେହେର, ସେଞ୍ଚୁରିଆନ ପବ୍ଳିକ ସ୍କୁଲର ଛାତ୍ରୀ ଖୁସବୁ ମିଶ୍ର ଏବଂ ଡୁଙ୍ଗୁରିପାଲି ହାଇସ୍କୁଲର ଛାତ୍ର ମୋହିତ ସାହୁ କୃତିତ୍ୱ ଅର୍ଜନ କରି ପୁରସ୍କୃତ ହୋଇଥିଲେ।