21 January 2017
11:47:56 AM
image
Sambad News
ବୌଦ୍ଧ

ଜିଲ୍ଲା ବାରିକ ସମାଜର ବୈଠକ

By Sambad | Date: Dec 16 2016 10:56AM
ଜିଲ୍ଲା ବାରିକ ସମାଜର ବୈଠକ


ବୌଦ୍ଧ: ଶ୍ରୀ ଶ୍ରୀ ଚନ୍ଦ୍ରଚୂଡ ବୌଦ୍ଧ ଜିଲ୍ଲା ବାରିକ ସଂଘର  କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ସଭାପତି  ବେଣୁଧର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ସନ୍ତୋଷ ବାରିକ ସଭା ପରିଚାଳନା କରିଥିଲେ। ଜିଲ୍ଲା ବାରିକ ସଂଘର ୩୩ତମ ବାର୍ଷିକ ବୈଠକ ଓ ପଶ୍ଚିମ ଓଡିଶା ବାରିକ ମହାସଂଘର ତୃତୀୟ ବୈଠକ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା। ଜାନୁଆରି ୧୧ରେ ବୌଦ୍ଧରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। କୋଷାଧ୍ୟକ୍ଷ ଶ୍ରବଣ ବାରିକ  ଧନ୍ୟବାଦ ଦେଇଥିଲେ।