22 August 2017
4:46:41 PM
image
Sambad News
ବୌଦ୍ଧ

ଗଡ଼ିଲା ମମତା ରଥ

By Sambad | Date: Dec 20 2016 5:17AM
ଗଡ଼ିଲା ମମତା ରଥ

ବୌଦ୍ଧ: ବୌଦ୍ଧ ସମନ୍ଵିତ ଶିଶୁ ବିକାଶ ଯୋଜନା ପକ୍ଷରୁ ବୌଦ୍ଧ ବ୍ଲକ୍‌ ଅନ୍ତର୍ଗତ ସମସ୍ତ ଗ୍ରାମରେ ପରିବର୍ତ୍ତିତ ମମତା ଯୋଜନାର ପ୍ରଚାର ପ୍ରସାର ନିମନ୍ତେ ସୋମବାର ମମତା  ରଥ ଶୁଭାରମ୍ଭ ହୋଇଛି। ଏନଏସି ଅଧ୍ୟକ୍ଷା ଦୀପ୍ତିପ୍ରଭା ସ୍ୱାଇଁ, ବୌଦ୍ଧ ବିଡିଓ ନିହାର ରଂଜନ କହଁର ପ୍ରମୁଖ ଅତିଥି ଭାବେ ଯୋଗଦେଇ  ରଥକୁ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ପଣ୍ଡା, ପ୍ରୋଗ୍ରାମ ଅଫିସର ବିଜୟ ଲକ୍ଷ୍ମୀ ମାରାଣ୍ଡି, ସମନ୍ଵିତ ଶିଶୁ ବିକାଶ ଅଧିକାରୀ ମିନତୀ ଦେଓ ଓ ମମତା ଯୋଜନା ପ୍ରୋଗ୍ରାମ କୋଅଡିନେଟର ଆଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ  ବିଭାଗୀୟ କର୍ମଚାରୀମାନେ ସାମିଲ ହୋଇଥିଲେ।
ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମତା ନାଏକ ଏହାର ଶୁଭ ଉଦଘାଟନ କରିଥିଲେ।