22 August 2017
5:24:47 AM
image
Sambad News
ବୌଦ୍ଧ

ବୌଦ୍ଧ ପୁସ୍ତକ ମେଳା ଉଦ୍‌ଘାଟିତ

By Sambad | Date: Dec 21 2016 5:09AM
ବୌଦ୍ଧ ପୁସ୍ତକ ମେଳା ଉଦ୍‌ଘାଟିତ


ବୌଦ୍ଧ,: ବୌଦ୍ଧ ପୁସ୍ତକ ମେଳା ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାଏକ  ଓ ଆରକ୍ଷୀ ଅଧୀକ୍ଷକ  ବି. ଗଙ୍ଗାଧର ଅତିଥି ଭାବେ ଯୋଗଦେଇ ପୁସ୍ତକ ମେଳାକୁ ଉଦ୍‌ଘାଟନ କରିଥିଲେ। ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରକାଶନୀ ସଂସ୍ଥା ନିଜ ନିଜର ଷ୍ଟଲ ଲଗାଇଛନ୍ତି। ପୁସ୍ତକ ମେଳା ସହ ସଂଧ୍ୟାରେ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। 

ଜିଲ୍ଲା  ଜର୍ଣ୍ଣାଲିଷ୍ଟ   ଫରୋମ  ପକ୍ଷରୁ  ଆୟୋଜିତ  ଏହି ପୁସ୍ତକ ମେଳା  ଆସନ୍ତା ୨୭ ତାରିଖ ଯାଏଁ ଚାଲିବ। ପ୍ରତିଦିନ  ସାରସ୍ୱତ କାର୍ଯ୍ୟକ୍ରମ  ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ  ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର  ଅଛି। ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫରୋମର ସଭାପତି  ଦିବ୍ୟ ଶଙ୍କର ରାଉତ, ସଂପାଦକ ଯୁଗଳ କିଶୋର ସାମଲ, ଉପଦେଷ୍ଟା ରଜନୀକାନ୍ତ ଦାଶ, ଦେବାନନ୍ଦ ସାହୁ, ସତ୍ୟ ନାରାୟଣ ପାଣି  ପ୍ରମୁଖ ଉପସ୍ଥିତ ଥିଲେ।