21 January 2017
10:57:52 PM
image
Sambad News
ବୌଦ୍ଧ

ହତ୍ୟା ଅଭିଯୁକ୍ତକୁ ଗିରଫ ପାଇଁ ଗ୍ରାମବାସୀଙ୍କ ଦାବି

ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ

By Sambad | Date: Dec 24 2016 10:23AM
ହତ୍ୟା ଅଭିଯୁକ୍ତକୁ ଗିରଫ ପାଇଁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ: ଜିଲ୍ଲାର ପୁରୁଣାକଟକ ଥାନା ତିଲେଶ୍ୱର ଗାଁର ନର୍ମଦା ପ୍ରଧାନଙ୍କ ହତ୍ୟା ଘଟଣାର ୩ ମାସ ପରେ ପୁଲିସ ହତ୍ୟାକାରୀକୁ ଗିରଫ କରି ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହତ୍ୟାକାରୀକୁ ଗିରଫ ଦାବିରେ ଗ୍ରାମବାସୀ ଶୁକ୍ରବାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
 

ସେପ୍ଟେମ୍ବର ୧୦ ତାରିଖରେ ନର୍ମଦାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା।  ଘଟଣାର ୩ମାସ ପରେ ବି ହତ୍ୟାକାରୀ ଧରାପଡ଼ି ନାହିଁ। ହତ୍ୟାକାରୀକୁ ଧରିବାରେ ପୁଲିସ ଆଦୌ ତତ୍ପରତା ପ୍ରକାଶ କରୁନାହିଁ।

ପୂର୍ବରୁ ମୃତ ମହିଳାଙ୍କ ସ୍ୱାମୀ ଗଗନ ବିହାରୀ ପ୍ରଧାନ ଗ୍ରାମବାସୀଙ୍କ ସହ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ତଥାପି କୌଣସି ସୁଫଳ ମିଳିଲା ନାହିଁ। ଫଳରେ ହତ୍ୟାକାରୀକୁ ଗିରଫ ଦାବିରେ ଗଗନ ଓ ତିଳେଶ୍ୱର ଗାଁର ଶତାଧିକ ପୁରୁଷ ଓ ମହିଳା ଶୁକ୍ରବାର ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆସାମୀ ସଂପର୍କରେ ସୂଚନା ଥାଇ ବି ପୁଲିସ ତାକୁ ଧରୁନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ପରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ହତ୍ୟାକାରୀକୁ ତୁରନ୍ତ ଗିରଫ ନ କଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ।