27 April 2017
2:57:38 AM
image
Sambad News
ବୌଦ୍ଧ

ଅଟୋ ସହ ୩୪ କେଜି ଗଞ୍ଜେଇ ଜବତ, ୩ ଗିରଫ

By Sambad | Date: Dec 25 2016 11:56PM
ଅଟୋ ସହ ୩୪ କେଜି ଗଞ୍ଜେଇ ଜବତ, ୩ ଗିରଫ
Photo by : wordpress.com

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ରବିବାର ୫୭ ନମ୍ବର ଜାତୀୟ ରାଜପଥ ଉପରେ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ଏକ ଅଟୋ ସହିତ ୩୪ କେଜି ଗଞ୍ଜେଇ ଜବତ କରି ୩ ଜଣକୁ ଗିରଫ କରାଯାଇଛି।  ବିଭାଗୀୟ ସୂତ୍ରରୁ ପ୍ରକାଶ, ଜାତୀୟ ରାଜପଥରେ ହରଭଙ୍ଗା ବ୍ଲକର ବାମଣ୍ଡା ଲାଣ୍ଡିବନ୍ଧ ମଧ୍ୟରେ ଏକ ଅଟୋ(ଓଡି ୧୨-୫୪୩୦)ନମ୍ବରରେ ଗଞ୍ଜେଇ ଚାଲଣ ହେଉଥିବା ଖବର ପାଇଁ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଅଟୋରୁ ୩୦ କେଜି ଗଞ୍ଜେଇ ଜବତ କରିବା ସହିତ ଅଟୋରେ ଥିବା ୨ ଜଣକୁ ଗିରଫ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଥାନା କାକେନ୍ଦ୍ରି ଗାଁର ଦେବାନନ୍ଦ ପ୍ରଧାନ(୨୫) ଓ ଜିତେନ୍ଦ୍ର ପ୍ରଧାନ (୨୬)। 

 
ସେହିପରି ଉକ୍ତ ରାଜପଥର ବାମଣ୍ଡାରୁ ସରସରା ଆଡକୁ ଜଣେ ବ୍ୟକ୍ତି ଗଞ୍ଜେଇ ନେଇ ଆସୁଥିବା ଜାଣି ତାର ତଲାସି ନେବାରୁ ତା’ ଠାରୁ ୪ କେଜି ଗଞ୍ଜେଇ ଜବତ କରିବା ସହିତ ତାକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲା କନ୍ଧମାଳ ଜିଲ୍ଲାର ଖଜୁରୀପଡା ଥାନା ସୁଡୁଲି ଗାଁର ବନମାଳୀ ମଲ୍ଲିକ(୨୨) ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ଉରେ ଅବକାରୀ ନିରୀକ୍ଷକ ଶେଷଦେବ ଦାସ, ଉପନିରିକ୍ଷକ ସନ୍ତୋଷ ବଳ, ବ୍ରହ୍ମାନନ୍ଦ ଭୋଇ, ରୁପେଶ ମୁଖୀ, ପ୍ରିୟରଂଜନ କହଁର, ରାଜକିଶୋର କହଁର, ଦତାତ୍ରୟ ପ୍ରଧାନ, କିଶୋର ନାୟକ, ପଞ୍ଚମୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

image