19 September 2017
5:15:21 PM
Sambad News
ବୌଦ୍ଧ

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ୩ ଗିରଫ

By Sambad | Date: Dec 26 2016 12:32AM
ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ୩ ଗିରଫ
Photo by : blogspot.com

ବୌଦ୍ଧ/ବଘିଆପଡ଼ା, ୨୫|୧୨ (ଇମିସ): ବୌଦ୍ଧ ବ୍ଲକ ଆମ୍ବଝରୀ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡ଼ାଠାରୁ ଅନକାଢ଼େଣ୍ଟି ଗ୍ରାମ୍ୟ ଜଙ୍ଗଲରେ ଗଞ୍ଜେଇ ଚାଷ କରାଯାଇଥିବା ବେଳେ ବୌଦ୍ଧ ଏସ୍‌ପି ବି. ଗଙ୍ଗାଧରଙ୍କ ନିର୍ଦେଶକ୍ରମେ ଆଇଆଇ ଅମୂଲ୍ୟ ଧରଙ୍କ ନେତୃତ୍ୱରେ ସେସବୁକୁ ନଷ୍ଟ କରାଯାଇଛି। ପ୍ରାୟ ୪୦ ଏକରରୁ ଅଧିକ ଜମିରେ  ୧ ଲକ୍ଷ ୬୦ ହଜାର ଗଛ ଲଗା ଯାଇଥିଲା। ଏହି ଗଛର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
 
ଏନେଇ ପୁଲିସ ଲେପଟନ ଗିରି, ସତ୍ୟାନନ୍ଦ ବାଗ ଓ ଆଶେଷ ନାଗଙ୍କୁ ଗିରଫ କରିଛି। ଏହି ଚଢ଼ଉରେ ବୌଦ୍ଧ ବଘିଆପଡ଼ା ବନ ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସର ସହଯୋଗ ରହିଥିଲା। ଏଥିରେ ଏଏସ୍‌ଆଇ ଚାପଧାରୀ ପ୍ରଧାନ, ସନ୍ତୋଷ ମଲ୍ଲିକ, ଏସ୍‌ଆଇ ଲିସାରାଣୀ ସେଠୀ, ବଘିଆପଡ଼ା ଫାଣ୍ଡି ଅଧିକାରୀ ସୁବାସ ମିଶ୍ର, ବନରକ୍ଷୀ ସୁଶୀଲ ହୋତା, ସୁଶାନ୍ତ ସାହୁ, ଚନ୍ଦ୍ରଶେଖର ଦାସ ପ୍ରମୁଖ ସାମିଲ ଥିଲେ।

image