21 August 2017
2:00:03 PM
image
Sambad News
ବୌଦ୍ଧ

ଓ୍ଵାଟର ହିଟର ସଟ୍‌ସର୍କିଟ୍‌

ବିଦ୍ୟୁତ ଆଘାତରେ ସମାଜସେବୀଙ୍କ ମୃତ୍ୟୁ

By Sambad | Date: Dec 30 2016 11:14AM
ଓ୍ଵାଟର ହିଟର ସଟ୍‌ସର୍କିଟ୍‌

ମୁରିବାହାଲ: ମୁରିବାହାଲ ବ୍ଲକ୍‌ ହଳଦୀ ଗ୍ରାମପଞ୍ଚାୟତର ସମାଜସେବୀ ବଂଶୀଧର ମହାନନ୍ଦ (୪୭)ଙ୍କ ଗୁରୁବାର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛଇ। ଦିନ ୧୨ଟା ବେଳେ ନିଜ ଗାଧୁଆ ଘରେ ଓ୍ଵାଟର ହିଟର୍‌ରେ ପାଣି ଗରମ କରୁଥିବା ବେଳେ ତାହା ସଟ୍‌ସର୍କିଟ୍‌ ହୋଇ ତାଙ୍କ ହାତ ଓ ଛାତିରେ ଲାଗି ଯାଇଥିଲା। ଫଳରେ ସେ ଗାଧୁଆ ଘରେ ସେ ମୁମୂର୍ଷୁ ଅବସ୍ଥାରେ ପଡ଼ିରହିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘରେ ପତ୍ନୀ ଝରଣା ଓ ୩ ଝିଅ ଏବେ ବେସାହାରା ହୋଇଯାଇଛନ୍ତି।

ତାଙ୍କ ମୃତ୍ୟୁ ଖବର ପାଇ ପରିବାର  ଲୋକଙ୍କ ସମେତ ବ୍ଲକ୍‌ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ମଧୁସୂଦନ ମହାନନ୍ଦ, ଶିକ୍ଷକ ସଂଘ ନେତା ରସିଆନନ୍ଦ ରାୟ, କୃଷି ଅଧିଦର୍ଶକ ପୀତାମ୍ବର ବାଗ, ହଳଦୀ ସରପଞ୍ଚ ହୃଷୀକେଶ ବାଗ, ସିଆର୍‌ସିସି ତରୁଣ ସିଂ ଦୀପ, ସ୍ୱପ୍ନେଶ୍ୱର ମହାକୁର, ଅଧ୍ୟାପକ ଦିଲୀପ ପସାୟତ, ଘନଶ୍ୟାମ ଖମାରୀ, ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ପ୍ରମୁଖ ତାଙ୍କ ଶେଷଦର୍ଶନ କରିଥିଲେ। ବଂଶୀଧର ପରିବାରର ଜଣେ ମାତ୍ର ରୋଜଗାରକ୍ଷମ  ବ୍ୟକ୍ତି ଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।