30 March 2017
8:06:21 AM
Sambad News
ବୌଦ୍ଧ

କଣ୍ଟାମାଳ ଲୋକ ମହୋତ୍ସବ ଉଦ୍‌ଯାପିତ

By Sambad | Date: Dec 31 2016 10:02AM
କଣ୍ଟାମାଳ ଲୋକ ମହୋତ୍ସବ ଉଦ୍‌ଯାପିତ

ବୌଦ୍ଧ: କଣ୍ଟାମାଳ ବ୍ଲକ ସଦର ମହକୁମାରେ ଚାଲିଥିବା ତୃତୀୟ କଣ୍ଟାମାଳ ଲୋକମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଲୋକ ମହୋତ୍ସବ  କମିଟି ପକ୍ଷରୁ କଣ୍ଟାମାଳ ହାଇସ୍କୁଲ ପଡ଼ିଆ ସ୍ଥିତ ସାଂସ୍କୃତିକ କଳାମଣ୍ଡପରେ ତୃତୀୟ ରାଜ୍ୟସ୍ତରୀୟ ଲୋକ ମହୋତ୍ସବର ପ୍ରଥମ ସଂଧ୍ୟାରେ ପ୍ରଫେସର ଭରଦ୍ୱାଜ ମହାକୁଡ଼ ମୁଖ୍ୟ ଅତିଥି, ମେଡିକାଲ ଅଫିସର ଅମିତ ଜେନା, ଅବସରପ୍ରାପ୍ତ ଶିକ୍ଷକ ଚିତ୍ରସେନ ଖଟୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ସଂଧ୍ୟାରେ କଳାହାଣ୍ଡିର ଡାଲଖାଇ ଓ ସୋନପୁରର ପଏଁରୀ ନୃତ୍ୟ ପରିବେଷଣ ହୋଇଥିଲା। ରତନ ପଟ୍ଟନାୟକ, ସୁଶିଲ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଭାପତି ମହେନ୍ଦ୍ର କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ରଜନୀରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳା ସଂସ୍କୃତିକୁ ବଜାୟ ରଖିବା ପାଇଁ କଣ୍ଟାମାଳ ଅଞ୍ଚଳର ଜନସାଧାରଣଙ୍କ ପ୍ରୟାସକୁ ପ୍ରଶଂଶା କରିଥିଲେ। କଣ୍ଟାମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶକର୍ଷଣ ପ୍ରଧାନ, କଣ୍ଟାମାଳ ସାମ୍ବାଦିକ ସଂଘର ସଭାପତି ଯୋଗେଶ ପ୍ରସାଦ ନାଏକ, ସମାଜସେବୀ ଶରତ ପୁଟେଲ ସମ୍ମାନିତ ଅତିଥି ଓ  ବରିଷ୍ଠ ଶ୍ରମିକ ନେତା ଲଲିତ କୁମାର ନାଏକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସାହିତ୍ୟିକ ଭାଗିରଥୀ ରଥ, ସ୍ୱାଧୀନ କୁମାର ମେହେର ଏବଂ ନାଟ୍ୟକାର ରବିନାରାୟଣ ଶତପଥୀଙ୍କୁ ସମ୍ମାନିତ କରାଯାଇଥିଲା।

ମହୋତ୍ସବର ଅନ୍ତିମ ତଥା ଉଦଯାପନୀ ସଂଧ୍ୟାରେ ସମ୍ବଲପୁରୀ ଗାୟକ ଶତ୍ରୁଘ୍ନ ଲୁହା ମୁଖ୍ୟ ଅତିଥି, ‘ଭରସା’ ପରିବାରର ମୁଖ୍ୟ ନିହାଲ ସିଂ ଓ ବରିଷ୍ଠ ସାହିତ୍ୟିକ ସପ୍ନେଶ୍ୱର ମିଶ୍ର ସମ୍ମାନିତ ଅତିଥି, ସମାଜସେବୀ ପ୍ରଦୋଷ ମିଶ୍ର ଏବଂ ଡମ୍ବରୁଧର କଅଁର  ମୁଖ୍ୟ ଅତିତି ଭାବେ ଯୋଗ ଦେଇଥିଲେ। କମିଟି ସଂପାଦକ ଯଦୁ ବିହାରୀ ବାଘ, ଦୁର୍ଗା ପ୍ରସାଦ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ବଲପୁର ରଙ୍ଗ ଫରୁଆର ସମ୍ବଲପୁରୀ ନୃତ୍ୟ, ପ୍ରଶାନ୍ତ ଆଣ୍ଡ ଗ୍ରୁପର ଡ୍ୟାନସ, ଶ୍ରୀକାନ୍ତ ଡ୍ୟାନସ ଗ୍ରୁପ ଏବଂ ବଉଳି କଲା ପରିଷଦ ବରପଦର ନୃତ୍ୟ ପରିବେଷଣ ହୋଇଥିଲା। ଭାସ୍କର ଚନ୍ଦ୍ର ସ୍ୱାଇଁ ଓ ସ୍ୱପ୍ନେଶ୍ୱର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଆକାଂକ୍ଷା ଅର୍ପିତା ପ୍ରଧାନ ତିନି ଦିନ ଧରି ଉଦ୍‌ଘୋଷକ ଭାବରେ ମଞ୍ଚ ପରିଚାଳାନା କରିଥିଲେ।