24 July 2017
8:09:18 AM
image
Sambad News
ବୌଦ୍ଧ

ନାବାଳିକାଙ୍କୁ ଅପହରଣ କରି ଜେଲ ଗଲା ଯୁବକ

By Sambad | Date: Jan 4 2017 7:26AM
ନାବାଳିକାଙ୍କୁ ଅପହରଣ କରି ଜେଲ ଗଲା ଯୁବକ

ଲାଠୋର: ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଲାଠୋର ଥାନା ପୁଲିସ ପିଙ୍ଗଲମୁଣ୍ଡାର ସୁଶାନ୍ତ ସିଂ (୨୦)ଙ୍କୁ  ଗିରଫ କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମାର୍ଚ୍ଚ ୧୦ ତାରିଖରେ ଜଣେ ୧୨ ବର୍ଷିଆ ନାବାଳିକାଙ୍କୁ ପିଙ୍ଗଲମୁଣ୍ଡା ଗାଁର ସୁଶାନ୍ତ ଅପହରଣ କରି ନେଇ ଗୋଆ ଚାଲିଯାଇଥିଲା। ସଂପୃକ୍ତ ନାବାଳିକାର ବାପା ଏନେଇ ଲାଠୋର ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଲାଠୋର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଯୁବକ ଜଣକ ନାବାଳିକାଙ୍କୁ କିଛି ମାସ ଗୋଆରେ ରଖିଲା ପରେ ଗତ ୨ତାରିଖରେ ନାବାଳିକାଙ୍କୁ ଧରି ନିଜ ଗାଁକୁ ଫେରୁଥିଲେ।

ଏହି ଖବର ପୁଲିସ କୌଣସି ସୂତ୍ରରୁ ପାଇ ହରିଶଙ୍କର ରୋଡ ରେଳ ଷ୍ଟେସନରୁ ଉଦ୍ଧାର କରିଥିଲେ। ଥାନାକୁ ନେଇ ତାଙ୍କୁ ପଚରାଉଚରା କରିବା ପରେ ସଂପୃକ୍ତ ଯୁବକଙ୍କ ବିରୋଧରେ ଦଫା ୩୬୩, ୩୭୬ ଆଇପିସି, ୪ ପିସିଏସଓ ଆକ୍ଟ ୨୦୧୨ରେ ମମଲା ରୁଜୁ କରି ବଲାଙ୍ଗୀର କୋର୍ଟକୁ ଚାଲାଣ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି। ଏସ୍‌ଆଇ ଜନାର୍ଦ୍ଧନ ସାହୁ ଘଟଣାର ତଦନ୍ତ କରୁଛି।