25 June 2017
8:59:26 AM
Sambad News
ବୌଦ୍ଧ

‘ଗନ୍ଧରାଡ଼ି ମନ୍ଦିର ହିଁ ବୌଦ୍ଧର ପରିଚୟ’

ଆଲୋଚନାଚକ୍ର

By Sambad | Date: Jan 5 2017 9:37AM
‘ଗନ୍ଧରାଡ଼ି ମନ୍ଦିର ହିଁ ବୌଦ୍ଧର ପରିଚୟ’

ବୌଦ୍ଧ: ବୌଦ୍ଧ ମହୋତ୍ସବ ପାଳନ ଅବସରରେ ଆୟୋଜିତ ପାଠଚକ୍ର ଓ କର୍ମଶାଳାର ଦ୍ୱିତୀୟ ଦିନରେ ବୌଦ୍ଧ ପଞ୍ଚାୟତ କଲେଜରେ ଆୟେଜିତ ହେଉଛି ଆଲୋଚନାଚକ୍ର। ଏଥିରେ ଗବେଷକ ଦଧିବାମନ ମିଶ୍ର ଓ ଅଧ୍ୟାପକ ଯଦୁମଣି ମହାପାତ୍ର ଆଲୋଚକ ଭାବେ ଯୋଗ ଦେଇଥିଲେ। ବୌଦ୍ଧ ରାଜ୍ୟ ସହ ଗନ୍ଧରାଡ଼ିର ସଂପର୍କ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଓଡ଼ିଶାର ପରିଚୟ ଯେମିତି ପ୍ରଭୁ ଶ୍ରୀ ଜଗନ୍ନାଥ ଓ ସେ ହେଉଛନ୍ତି ଓଡ଼ିଶାର ପ୍ରାଣର ଠାକୁର ଓ ତାଙ୍କୁ ନେଇ ହିଁ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟ ସେମିତ ଗନ୍ଧରାଡ଼ିର ଯୁଗ୍ମ ମନ୍ଦିର ହିଁ ବୌଦ୍ଧର ପରିଚୟ ଓ ବୌଦ୍ଧର ସ୍ୱାଭିମାନ ବୋଲି ଆଲୋଚକମାନେ ମତ ପ୍ରକାଶ କରିଥିଲେ। ଗୋଟିଏ ବେଦୀ ଉପରେ ସମାନ ଉଚ୍ଚତା ଓ  ସମାନ  ଆକୃତିର ମନ୍ଦିର ଭାରତର ଅନ୍ୟ ସ୍ଥାନରେ ବିରଳ।

ଏହିଠାରେ ହିଁ ନୀଳମାଧବଙ୍କ  ଉପାସନା ଆରମ୍ଭ ହୋଇଥିଲା ଓ ପରବର୍ତ୍ତୀ ସମୟରେ ଏହା ଉପକୂଳ ଓଡ଼ିଶାକୁ ପ୍ରଲମ୍ବିତ ହୋଇଥିଲା। ଗନ୍ଧରାଡି ମନ୍ଦିର ଏନେକ କ୍ଷେତ୍ରରେ ପ୍ରଥମ। ଏହାର ବିଲକ୍ଷଣ ଓ ଏହାର ବୈଶ୍ୟଷ୍ଟ୍ୟ ଏହାକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି। ଏହି କୀର୍ତ୍ତି ବୌଦ୍ଧରେ ଶାସନ କରୁଥିବା ରାଜା ମାନଙ୍କର ଓ ଏହି ଇତିହାସ ଓଡ଼ିଶାର ପ୍ରାଚୀନ ଇତିହାସ। ତେଣୁ ବୌଦ୍ଧର ଇତିହାସକୁ ପୁନର୍ଲିଖନ କରିବା ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ। ଜିଲ୍ଲପାଳ ମଧୁସୂଦନ ମିଶ୍ର ବୌଦ୍ଧର ଇତିହାସ ସହିତ ଗନ୍ଧରାଡ଼ି ମନ୍ଦିର ଜଡ଼ିତ ବୋଲି କହିଥିଲେ। ପିଡି ଡିଆରଡିଏ ରାଜେନ୍ଦ୍ର ପଟ୍ଟନାୟକ  କହିଲେ ଯେବୌଦ୍ଧର ଇତିହାସକୁ ଆହୁରି ଅନୁଶୀଳନ କରିବା ଆବଶ୍ୟକ।

ଏହାର ଇତିହାସକୁ ଯେତେ ଗବେଷଣା କରଯିବ ଆହୁରି ନୂଆ ନୂଆ ତଥ୍ୟ ବାହାରକୁ ଆସିବ। ଆଲୋଚନାଚକ୍ରର ଆବାହକ ରଜନୀକାନ୍ତ ଦାଶ, କଲେଜ ଅଧ୍ୟକ୍ଷ ବ୍ରଜେନ୍ଦ୍ର ନାରାୟଣ ମହାପାତ୍ର, ଗଭର୍ଣ୍ଣିଂ ବଡ଼ି  ସଭାପତି ଶାନ୍ତିରାଣୀ ଦାସ, ଭୈରବୀ କଲେଜ ପୁରୁଣାକଟକ ଅଧ୍ୟକ୍ଷ ଲଳିତ ମେହେର ପ୍ରମୁଖ ମଂଚାସୀନ ଥିଲେ।