25 May 2017
4:02:30 PM
image
Sambad News
ବୌଦ୍ଧ

ଡିଆଇପିଆରଓଙ୍କ ଲେଖାକୁ ତୀବ୍ର ବିରୋଧ

ଦୁଃଖ ପ୍ରକାଶ କଲେ ଜିଲ୍ଲାପାଳ

By Sambad | Date: Jan 12 2017 10:51AM
ଡିଆଇପିଆରଓଙ୍କ ଲେଖାକୁ ତୀବ୍ର ବିରୋଧ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଏକ ଅନୁଷ୍ଠାନ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ସ୍ମରଣିକାରେ ବୌଦ୍ଧ ଡିଆଇପିଆର୍‌ଓ ହେମନ୍ତ ନାୟକଙ୍କ ‘ବୌଦ୍ଧ ଜିଲ୍ଲାରେ ଦୁଇବର୍ଷର ଅଭିଜ୍ଞତା’ ଶୀର୍ଷକ ଲେଖାକୁ ନେଇ ବୁଧବାର ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାଯ୍ୟର୍ାଳୟ ସଦଭାବନା ଗୃହ ଠାରେ ଚାଲିଥିବା ସାଧାରଣତନ୍ତ୍ର ପ୍ରସ୍ତୁତି ବୈଠକ ସମୟରେ ଜୋର୍‌ ହୋ ହଲ୍ଲା ହୋଇଥିଲା ଏବଂ ଏହି ବୈଠକରୁ ଡିଆଇପିଆର୍‌ଓ ଶ୍ରୀ ନାୟକଙ୍କୁ ତୁରନ୍ତ ଗୃହରୁ ବାହାର କରାଯାଉ ଏବଂ ସର୍ବସାଧାରଣରେ ସେ ବୌଦ୍ଧବାସୀଙ୍କୁ କ୍ଷମାମାଗନ୍ତୁ ବୋଲି ଦାବି କରି  ଉପସ୍ଥିତ ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ, ସେଚ୍ଛାସେବୀ, ସରକାରୀ କର୍ମଚାରୀମାନେ ବୈଠକକୁ ବର୍ଜନ କରି ବାହାରକୁ ଚାଲି ଆସିଥିଲେ।

ପରିସ୍ଥିତି ଏପରି ହେଲା ଯେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ବାହାରକୁ ଆସି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ ଡିଆଇପିଆରଓଙ୍କୁ ବୈଠକରୁ ବାଦ ଦେବା ସହିତ ଜଣେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଏଭଳି ବିବେକହୀନ ଲେଖାକୁ ନେଇ କଡ଼ା ସମାଲୋଚନା କରିଥିଲେ ଏବଂ ଆଗାମୀ ସାଧାରଣତନ୍ତ୍ର ଦିବସରେ ଏହି ଅଧିକାରୀଙ୍କୁ କୌଣସି ଦାୟିତ୍ୱ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ଓ ବୈଠକ ପୁଣି ଚାଲିଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

image