26 May 2017
10:18:30 PM
image
Sambad News
ବାଣିଜ୍ୟ

ଭାରତ ବଜାରରେ ପ୍ରବେଶ କରିବ ଲେନୋଭୋ ପି-୨

By Sambad | Date: Jan 10 2017 11:46PM
ଭାରତ ବଜାରରେ ପ୍ରବେଶ କରିବ ଲେନୋଭୋ ପି-୨
Photo : Wonderful Engineering

ନୂଆଦିଲ୍ଲୀ: ଚାଇନା କଂପାନି ‘ଲେନୋଭୋ’ର ନୂଆ ସ୍ମାର୍ଟଫୋନ୍‌ ପି-୨ ଭାରତୀୟ ବଜାରରେ ପ୍ରବେଶ କରିବ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପି-୨ର ଅଳ୍ପ ଦିନ ଭିିତରେ ବଜାର ପ୍ରବେଶ ହୋଇପାରେ। ଫ୍ଲିପ୍‌କାର୍ଡ ମାଧ୍ୟମରେ ଗ୍ରାହକ ଏହି ସ୍ମାର୍ଟଫୋନକୁ କିଣିପାରିବେ। କଂପାନି ଟ୍ଵିଟର ମାଧ୍ୟମରେ ଏହି ସ୍ମାର୍ଟଫୋନ୍‌କୁ ଭାରତରେ ପ୍ରବେଶ କରିବା ବିଷୟରେ ସୂଚନା ଦେଇଛି। 
 
ଲେନୋଭୋ ଆଇଏଫ୍‌ଏ୨୦୧୬ରେ ବିଶ୍ୱ ବଜାରରେ ଏହି ସ୍ମାର୍ଟଫୋନକୁ ଲଞ୍ଚ କରିଥିଲା। ଏହି ସ୍ମାର୍ଟଫୋନ୍‌ର ୨ଟି ମଡ଼େଲ ରହିଛି। ଗୋଟିକରେ ୩ ଜିବି ରାମ ରହିଥିବାବେଳେ, ଅନ୍ୟଟି ୪ଜି ରାମ ଯୁକ୍ତ। ଏହି ଡିଭାଇସ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା, ୫୧୦୦ଏମ୍‌ଏଏଚ୍‌ ବ୍ୟାଟେରି। ଏଥିରେ ୬୨୫ ଚିପ୍‌ସେଟ୍‌ ପ୍ରୋସେସର ଦିଆଯାଇଛି।
 
ଲେନେଭୋ ପି-୨ରେ ୨ଟି ସିମ୍‌ ଲାଗିପାରିବ। ଏଥିରେ ଫୁଲ୍‌ ଏଚ୍‌ଡିର ୫.୫ଇଞ୍ଚର ସ୍କ୍ରିନ ଦିଆଯାଇଛି।  ପି-୨ରେ ୧୩ ମେଗାପିକ୍‌ସେଲ୍‌ ରିୟର କ୍ୟାମେରା ଓ ୫ ମେଗାପିକ୍‌ସେଲ ଫ୍ରଣ୍ଟ କ୍ରାମେରା ରହିଛି । ୬୪ ଜିବି ମେମୋରି ଥିବା ଏହି ସ୍ମାର୍ଟଫୋନ୍‌ରେ ୧୨୮ ଜିବି ପର୍ଯ୍ୟନ୍ତ ମେମୋରି ସପୋର୍ଟ କରିପାରିବ।

image