17 January 2017
2:20:00 PM
Sambad News
ବାଣିଜ୍ୟ

ତନିସ୍କ ହୀରା ଗହଣା ଉପରେ ୨୦% ପର୍ଯ୍ୟନ୍ତ ରିହାତି

By Sambad | Date: Jan 12 2017 1:33AM
ତନିସ୍କ ହୀରା ଗହଣା ଉପରେ ୨୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର: ତନିସ୍କ ପକ୍ଷରୁ ହୀରା ଗହଣା ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ମାଷ୍ଟର କ୍ୟାଣ୍ଟିନଠାରେ ଥିବା ତନିସ୍କ ସୋ’ରୁମ୍‌ରେ କଂପାନିର ଏରିଆ ବିଜନେସ୍‌ ମ୍ୟାନେଜର (ଓଡ଼ିଶା-ଗହଣା ଡିଭିଜନ) ଅଭିରୂପ ବୋଷ ଏ ବିଷୟରେ କହିଛନ୍ତି ଯେ ୫୦ ହଜାର ଟଙ୍କାରୁ କମ ମୂଲ୍ୟର ହୀରା ଗହଣା କିଣିଲେ ୫ ପ୍ରତିଶତ ରିହାତି ମିଳିବ। ଏକ ଲକ୍ଷ ଟଙ୍କାରୁ କମ୍‌ ମୂଲ୍ୟର ଗହଣା କିଣିଲେ ୧୦ ପ୍ରତିଶତ ରିହାତି ମିଳିବ। ଏକ ଲକ୍ଷରୁ ଦୁଇ ଲକ୍ଷ ଟଙ୍କାର ଗହଣା କିଣିଲେ ୧୫ ପ୍ରତିଶତ ଓ ଦୁଇ ଲକ୍ଷରୁ ୧୦ ଲକ୍ଷ ଟଙ୍କାର ଗହଣା କିଣିଲେ ୨୦ ପ୍ରତିଶତ ରିହାତି ମିଳିବ। ଚଳିତ ମାସ ୫ରୁ ଆରମ୍ଭ ହୋଇଥିବା ଏହି ସ୍କିମ୍‌ ୬ ସପ୍ତାହ ପର୍ଯ୍ୟନ୍ତ ଚାଲିବ।