18 August 2017
8:13:10 PM
Sambad News
ବାଣିଜ୍ୟ

ଭୁବନେଶ୍ୱରରେ ଫୋର୍ଡ ମଷ୍ଟାଙ୍ଗ୍‌

By Sambad | Date: Jan 11 2017 1:13AM
ଭୁବନେଶ୍ୱରରେ ଫୋର୍ଡ ମଷ୍ଟାଙ୍ଗ୍‌

ଭୁବନେଶ୍ୱର: ଫୋର୍ଡ ପକ୍ଷରୁ ଏହାର ଲୋକପ୍ରିୟ ମଷ୍ଟାଙ୍ଗ କାର୍‌ ଭୁବନେଶ୍ୱରରେ ଉପଲବ୍ଧ କରାଯାଇଛି। ଭାରତରେ ମଷ୍ଟାଙ୍ଗକୁ ପଦାର୍ପଣ କରାଯିବାରେ ଭୁବନେଶ୍ୱର ହେଉଛି ୧୫ତମ ସହର। ମଷ୍ଟାଙ୍ଗ୍‌ରେ ୧୯ଇଞ୍ଚର ଚକ, ଅଟୋମେଟିକ ଏଚଆଇଡି ହେଡଲ୍ୟାମ୍ପ, ଏଲଇଡି ଟେଲ ଲ୍ୟାମ୍ପ, ରିୟର ଡିଫ୍ୟୁଜର, ଡୁଆଲ ଜୋନ କ୍ଲାଇମେଟ କଣ୍ଟ୍ରୋଲ, ୯ ସ୍ପିକର ସାଉଣ୍ଡ ସିଷ୍ଟମ ଏବଂ ଷ୍ଟାଣ୍ଡାର୍ଡ ଉପକରଣ ରୂପେ ଭଏସ୍‌ ଏନାବଲ୍‌ ସିଙ୍କ ୨ କନେକ୍ଟିଭିଟି ଓ ୮ଇଞ୍ଚ କଲର ଟଚସ୍କ୍ରିନ ଆଦି ରହିଛି। ଏତଦ୍‌ବ୍ୟତୀତ ଇଲେକ୍ଟେାନିକ ଲାଇନ ଲକ, ଡ୍ରାଇଭ ମୋଡ୍‌ ଚୟନ, ସ୍ମାର୍ଟ କିଲେସ୍‌ ଏଣ୍ଟ୍ରି ଓ ପୁସ୍‌ ବଟନ ଷ୍ଟାର୍ଟ, ୮ଟି ଏୟାର ବ୍ୟାଗ ଭଳି ବୈଶିଷ୍ଟ୍ୟ ରହିଛି। ଭୁବନେଶ୍ୱରରେ ଏହାର ଏକ୍ସ-ସୋରୁମ୍‌ ମୂଲ୍ୟ ୬୮.୮୮ ଲକ୍ଷ ଟଙ୍କା ରହିଛି। ୬ଟି ରଙ୍ଗରେ ଏହି କାର ଉପଲବ୍ଧ ହେଉଛି। ଏହି କାରର ଘଣ୍ଟାପ୍ରତି ସର୍ବାଧିକ ବେଗ ୨୫୦କିମି। ଫୋର୍ଡ ଇଣ୍ଡିଆର ଉପ ସଭାପତି ରାହୁଲ ଗୌତମ କହିଛନ୍ତି ଯେ, ଏହି କାରକୁ ଅପେକ୍ଷା କରି ରହିଥିବା ଭାରତର ଗ୍ରାହକମାନେ ଏବେ ଏହାକୁ କିଣିବାର ସୁଯୋଗ ପାଇପାରିବେ।