17 August 2017
6:59:00 PM
Sambad News
ବାଣିଜ୍ୟ

ନୂଆନୋଟ ଛପାଇବାରେ ରିଜର୍ଭ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ

By Sambad | Date: Aug 12 2017 9:19PM
ନୂଆନୋଟ ଛପାଇବାରେ ରିଜର୍ଭ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ୮ରେ ବିମୁଦ୍ରାକରଣ ହେବା ଫଳରେ ନୂଆନୋଟ ଛପାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏପର୍ଯ୍ୟନ୍ତ ୧୩ହଜାର କୋଟି ଟଙ୍କା ଖର୍ଚ୍ଚ କରି ସାରିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଆରବିଆଇ ଯଦି ବିମୁଦ୍ରାକରଣ ପୂର୍ବରୁ ମୁଦ୍ରାର ୯୦ ପ୍ରତିଶତ ପ୍ରିଣ୍ଟ କରିଥାନ୍ତା, ତା’ହେଲେ ୫୦୦କୋଟି ଟଙ୍କା ଅଧିକ ଖର୍ଚ୍ଚ ବଢ଼ିଥାନ୍ତା। ସୂଚନା ଅନୁସାରେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ଛପାଇବାରେ ଅଧିକ ଖର୍ଚ୍ଚ ହୋଇଛି। 
 
ଏସବିଆଇର ରିପୋର୍ଟ ଅନୁସାରେ ନୋଟବନ୍ଦୀ ସମୟରେ ୧୫.୪୪ ଲକ୍ଷ କୋଟି ମୂଲ୍ୟର ମୁଦ୍ରା ଫେରାଇ ନିଆଯାଇଥିଲା। ନୂଆ ମୁଦ୍ରା ଛପାଇବା ପାଇଁ ଆରବିଆଇ ଏପର୍ଯ୍ୟନ୍ତ ୧୨ରୁ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଛି। ଆରବିଆଇ ବର୍ତମାନ ୨୦୦ ଟଙ୍କିଆ ନୋଟ ଛପାଉଛି। 
 
ଏସବିଆଇର ରିପୋର୍ଟ ଅନୁସାରେ ୧୦ଟଙ୍କିଆ ଏକ ମୁଦ୍ରା ପାଇଁ ୬ଟଙ୍କା ଖର୍ଚ୍ଚ ହୋଇଥାଏ। ସେହିପରି ୫୦୦ ଟଙ୍କିଆ ନୋଟ ଛପାଇବା ପାଇଁ ୨.୮୭ରୁ ୩.୦୯ଟଙ୍କା ଖର୍ଚ୍ଚ ହେବ। ୨୦୦୦ ଟଙ୍କିଆ ନୋଟ ଛପାଇବା ପାଇଁ ୩.୫୪ରୁ ୩.୭୭ଟଙ୍କା ଖର୍ଚ୍ଚ ହୋଇଥାଏ।