30 May 2017
11:04:39 AM
image
Sambad News
ବାଣିଜ୍ୟ

ମହଙ୍ଗା ହେବ କାର୍‌

By Sambad | Date: May 19 2017 1:04AM
ମହଙ୍ଗା ହେବ କାର୍‌

ଶ୍ରୀନଗର, ଜିଏସ୍‌ଟି ଲାଗୁ ହେବା ପରେ କାର୍‌ଗୁଡ଼ିକ ମହଙ୍ଗା ହେବ। କ୍ଷୁଦ କାର୍‌ଗୁଡ଼ିକର ଦର କମ୍‌ ବଢ଼ିବ ଏବଂ ବିଳାସପୂର୍ଣ୍ଣ କାର୍‌୍‌ଗୁଡ଼ିକର ଅଧିକ ବଢ଼ିବ। କ୍ଷୁଦ୍ର କାର୍‌କୁ ୨୮%ର ସର୍ବୋଚ୍ଚ ସ୍ଲାବ୍‌ରେ ରଖାଯାଇଛି। ଏହା ବ୍ୟତୀତ କ୍ଷୁଦ୍ର କାର୍‌ ଉପରେ କମ୍‌ ପରିମାଣର ସେସ୍‌ ମଧ୍ୟ ଲାଗୁ କରାଯିବ। ସେହି ସମୟରେ ଲକ୍‌ଜୁରି କାର୍‌କୁ ସର୍ବୋଚ୍ଚ ୨୮% ସ୍ଲାବ୍‌ରେ ରଖାଯାଇଥିବା ବେଳେ ତାହା ଉପରେ ୧୫%ର ସେସ୍‌ ଲାଗୁ କରାଯିବ। ଏବେ ଛୋଟ କାର୍‌ଗୁଡ଼ିକ ଉପରେ ଭାଟ୍‌ ଏବଂ ସେସ୍‌କୁ ମିଶାଇ ୨୭ରୁ ୨୭.୫%ର ଟିକସ ଲାଗୁ କରାଯାଉଛି। ଜିଏସ୍‌ଟିରେ ତାହା ୨୮%ରୁ ସାମାନ୍ୟ ଅଧିକ ହୋଇଯିବ। ତେଣୁ ଛୋଟ କାର୍‌ ମୂଲ୍ୟ ବହୁତ କମ୍‌ ବଢ଼ିବ। 
 

image