28 May 2017
5:56:47 PM
image
Sambad News
ବାଣିଜ୍ୟ

‘ପରିବେଶ ସମସ୍ୟା ଦୂର ପାଇଁ ପ୍ରଯୁକ୍ତି ବ୍ୟବହାର ହେଉ’

By Sambad | Date: Aug 24 2016 7:44AM
‘ପରିବେଶ ସମସ୍ୟା ଦୂର ପାଇଁ ପ୍ରଯୁକ୍ତି ବ୍ୟବହାର ହେଉ’

 
ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିଥିବା କଂପାନିଗୁଡ଼ିକ ସାମ୍ନା କରୁଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ଦରକାର। ବିଶେଷ କରି ଶିଳ୍ପ ସଂସ୍ଥା ଯୋଗୁଁ ସୃଷ୍ଟି ହେଉଥିବା ପରିବେଶ ସମସ୍ୟାକୁ ଉନ୍ନତ ପ୍ରଯୁକ୍ତି କୌଶଳ ବ୍ୟବହାର କରିବା ଦୂର କରିବା ଦିଗରେ ଉଦ୍ୟମ କରାଯିବା ଉଚିତ ବୋଲି ଉନ୍ନୟନ କମିସନର ଆର୍‌ ବାଲାକୃଷ୍ଣନ କହିଛନ୍ତିି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଆୟୋଜିତ ପାଣିପାଗ ପରିବର୍ତନ ଓ ରଣନୀତି ସଂପର୍କିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତିି ଯେ, କଂପାନିଗୁଡ଼ିକ ଯେତେବେଳେ ପ୍ରାକୃତିକ ସମ୍ବଳକୁ ବିନିଯୋଗ କରୁଛନ୍ତି ତାହା ପୂର୍ବରୁ ସେଗୁଡ଼ିକର ସୁବିନିଯୋଗ ନେଇ ଏକ ବିସ୍ତୃତ ଆଲୋଚନା ହେବା ଦରକାର। ଏହା ହେଲେ ସମସ୍ତ ଅଂଶୀଦାର ନିଜର ପକ୍ଷ ରଖିପାରିବେ ଓ କଂପାନିଗୁଡ଼ିକୁ ଭବିଷ୍ୟତରେ ବିଶେଷ ଅସୁବିଧା ସାମ୍ନା କରିବାକୁ ପଡ଼ିବ ନାହିଁ। ଦି ଏନର୍ଜି ଆଣ୍ଡ ରିସର୍ଚ ଇନଷ୍ଟିଚ୍ୟୁଟ୍‌ (ଟେରି)ର ଡାଇରେକ୍ଟର ଜେନେରାଲ୍‌ ଡକ୍ଟର ଅଜୟ ମାଥୁର କହିଛନ୍ତିି ଯେ, ପରିବେଶ ପ୍ରଦୂଷଣ ବିଶେଷ କରି ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗମନରେ ଶିଳ୍ପ ସଂସ୍ଥାଗୁଡ଼ିକର ଅବଦାନ ଅଧିକ ରହୁଛି। ଏହାକୁ କମ କରିବା ପାଇଁ ସେମାନଙ୍କୁ ନିର୍ଦିଷ୍ଟ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବା ଦରକାର। ଏକ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସେ କଂପାନିଗୁଡ଼ିକୁ ଆହ୍ଵାନ ଦେଇଛନ୍ତିି। ସିଆଇଆଇର ଅଧ୍ୟକ୍ଷ ସଂଜୟ ପଟ୍ଟନାୟକ କହିଛନ୍ତିି ଯେ, ଶକ୍ତି ସଂରକ୍ଷଣ ପ୍ରତି ଶିଳ୍ପ ସଂସ୍ଥାଗୁଡ଼ିକୁ ଧ୍ୟାନ ଦେବାକୁ ପଡ଼ିବ। ସେମାନଙ୍କୁ ପରିବେଶ ଉପରେ ପଡ଼ୁଥିବା ଖରାପ ପ୍ରଭାବକୁ ଦୂର କରିବାକୁ ଉଦ୍ୟମ କରିବାକୁ ହେବ।  ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପରିବେଶ ବିଜ୍ଞାନୀ ଡି କେ ବେହେରା ଉପସ୍ଥିତ ଥିଲେ।

image