01 March 2017
11:14:07 PM
Sambad News
ବାଣିଜ୍ୟ

କ୍ରେଡାଇ ଓଡ଼ିଶା ପ୍ରପର୍ଟି ଏକ୍ସପୋ ଆଜିଠାରୁ

By Sambad | Date: Jan 12 2017 1:35AM
କ୍ରେଡାଇ ଓଡ଼ିଶା ପ୍ରପର୍ଟି ଏକ୍ସପୋ ଆଜିଠାରୁ

ଭୁବନେଶ୍ୱର: ରିଅଲ ଇଷ୍ଟେଟ୍‌ ସଂଘ କ୍ରେଡାଇ ଓଡ଼ିଶାର ପ୍ରପର୍ଟି ଏକ୍ସପୋ ଆସନ୍ତାକାଲିଠାରୁ ଜନତା ମୈଦାନରେ ଆରମ୍ଭ ହେବ। ଅପରାହ୍ନ ୫ଟାରେ ଏକ୍ସପୋ ଉଦଘାଟିତ ହେବ। ଏହି ଚାରିଦିନିଆ ଏକ୍ସପୋରେ ୨୫ ଡେଭେଲପର୍‌  ସଂସ୍ଥା ସେମାନଙ୍କର ୧୦୦ଟି ପ୍ରକଳ୍ପକୁ ପ୍ରଦର୍ଶନ କରିବେ। ଘର କିଣିବାକୁ ଚାହୁଁଥିବା ଗ୍ରାହକମାନେ ଏଠାରେ ପହଞ୍ଚି ନିଜ ପସନ୍ଦର ଘର ଚୟନ କରି ବୁକିଙ୍ଗ କରିପାରିବେ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହଯୋଗରେ ଆୟୋଜନ କରାଯାଉଥିବା ଏହି ଏକ୍ସପୋରେ ଅନ୍ୟ ୮ଟି ବ୍ୟାଙ୍କ ମଧ୍ୟ ଗୃହ ଋଣ ସୁବିଧା ପ୍ରଦାନ କରିବେ। ଏହା ବ୍ୟତୀତ ଗୃହ ସାଜସଜ୍ଜା ଓ ନିର୍ମାଣ ସାମଗ୍ରୀ କଂପାନିଗୁଡ଼ିକ ମଧ୍ୟ ନିଜର ଷ୍ଟଲ୍‌ ଖୋଲିବେ। ଏହି ଏକ୍ସପୋ ଜାନୁଆରି ୧୫ ପର୍ଯ୍ୟନ୍ତ ଚାଲିବ। ଅଗ୍ରଣୀ ବୈଦ୍ୟୁତିକ ଉପକରଣ କଂପାନି ଗ୍ରେଟ୍‌ ହ୍ଵାଇଟ୍‌ ଇଲେକ୍‌ଟ୍ରିକାଲ୍‌  ଓ ରିରୋ ଓୟାରସ୍‌ ଆଣ୍ଡ କେବୁଲ ମଧ୍ୟ ସେମାନଙ୍କ ଉତ୍ପାଦକୁ ପ୍ରଦର୍ଶନ କରିବେ। ଏହି ଏକ୍ସପୋ ପରିଚାଳନା କରିବେ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଡି ଏସ୍‌ ତ୍ରିପାଠୀ, ସଭାପତି ବିନୟକୃଷ୍ଣ ଦାସ ଓ ସାଧାରଣ ସମ୍ପାଦକ ଶଶି ଶେଖର ଗରାବଡୁ।