30 May 2017
11:05:51 AM
image
Sambad News
ବାଣିଜ୍ୟ

ସୁନାଦର କମିଲା: କେଉଁ ସହରରେ ସୁନାଦର କେତେ!

By Sambad | Date: May 18 2017 6:56PM
ସୁନାଦର କମିଲା: କେଉଁ ସହରରେ ସୁନାଦର କେତେ!

ନୂଆଦିଲ୍ଲୀ: ସୁନା ମୂଲ୍ୟ ୧୦ଗ୍ରାମ୍‌ ପ୍ରତି ୧୧୦୦ଟଙ୍କା ହ୍ରାସ ପାଇଛି ବୋଲି ଗୁରୁବାର ଏକ ଖବର ପ୍ରକାଶ ପାଇଛି। ଦିଲ୍ଲୀର ଅଳଙ୍କାର ବଜାରରେ ପ୍ରତି ୧୦ଗ୍ରାମ୍‌ ସୁନାର ମୂଲ୍ୟ ୧୦୯୫ଟଙ୍କା ହ୍ରାସ ପାଇ ଏବେ ୩୦ହଜାର ଟଙ୍କାରୁ କମ୍‌ ରହିଛି। ସେହିପରି ୨୨କ୍ୟାରେଟ୍‌ ୧୦ ଗ୍ରାମ ସୁନାର ମୂଲ୍ୟ ୨୭, ୩୧୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୨୯,୨୦୫ ରହିଛି।  ମୁମ୍ବାଇରେ ୨୪ କ୍ୟାରେଟ୍‌ ୧୦ଗ୍ରାମ୍‌ ସୁନାର ଦାମ୍‌ ୨୯,୫୩୩ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୨୭,୬୧୫ ରହିଛି। ତେବେ ଦିଲ୍ଲୀ ଓ ମୁମ୍ବାଇ ବ୍ୟତୀତ ଦେଶର ଅନ୍ୟ ପ୍ରମୁଖ ସହରମାନଙ୍କରେ ସୁନାଦର କେତେ ଅଛି ଆସନ୍ତୁ ଜାଣିବା।
 
୨୪ କ୍ୟାରେଟ୍‌ ପ୍ରତି ୧୦ଗ୍ରାମ୍‌ ସୁନାର ଦାମ୍‌
ଲକ୍ଷ୍ମୌ -୨୯, ୭୦୫ ଟଙ୍କା
ଜୟପୁର -୨୯,୩୬୭ଟଙ୍କା
ଚଣ୍ଡିଗଡ଼ -୩୦,୧୬୩ ଟଙ୍କା
ପାଟନା - ୩୦,୧୪୧ଟଙ୍କା
ନାସିକ୍‌ -୨୯,୫୩୩ ଟଙ୍କା
ନାଗପୁର-୨୯,୫୩୩ ଟଙ୍କା
ବରୋଦରା  -୩୦,୪୪୭ଟଙ୍କା
କୋଲକତା -୨୯,୪୪୮ଟଙ୍କା
ଅହମଦାବାଦ -୩୦,୪୫୮ଟଙ୍କା
ବାଙ୍ଗାଲୁରୁ -୨୮,୩୮୫ଟଙ୍କା
ଚେନ୍ନାଇ-୨୯,୦୯୫ଟଙ୍କା
ହାଇଦ୍ରାବାଦ -୨୮,୯୪୮ ଟଙ୍କା

image