18 January 2017
7:12:30 AM
Sambad News
ବାଣିଜ୍ୟ

ଏଣିକି ଜିଓ ଇନ୍‌ଫୋକମ୍‌ ଜରିଆରେ ସୁବିଧାରେ ପାଇ ପାରିବେ ଡାକ୍ତରୀ ଚିକିତ୍ସା

By Sambad | Date: Jan 11 2017 4:10PM
ଏଣିକି ଜିଓ ଇନ୍‌ଫୋକମ୍‌ ଜରିଆରେ ସୁବିଧାରେ ପାଇ ପାରିବେ ଡାକ୍ତରୀ ଚିକିତ୍ସା

ଗୁଜୁରାଟ: ଗୁଜୁରାଟରେ ଚାଲୁଥିବା ଭାଇବ୍ରେଟ ସମିତିରେ ଯୋଗ ଦେଇ ରିଲାଏନ୍ସ୍‌ ଜିଓ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣାରେ ସେ କହିଛନ୍ତି, ଏଣିକି ଜିଓ ଇନ୍‌ଫୋକମ୍‌ ଜରିଆରେ ଗୁଜୁରାଟର ସମସ୍ତ ଡାକ୍ତରଖାନାରେ ସୁବିଧାରେ ଡାକ୍ତରୀ ଚିକିତ୍ସା ଉପଲବ୍ଧ ହେବା ସହିତ ସ୍କୁଲ ଓ କଲେଜ ସହିତ ମଧ୍ୟ ଏହାକୁ ସଂଯୋଗ କରାଯିବ। ତେବେ ଏହି ସୁବିଧା ପ୍ରଥମ ଥର ପାଇଁ ଗୁଜୁରାଟରେ ଉପଲବ୍ଧ ହେଉଥିଲା ବେଳେ ଖୁବ ଶୀଘ୍ର ଏହାକୁ ଦେଶର ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ କରାଯିବାର ଯୋଜନା ମଧ୍ୟ ରଖାଯାଇଛି। 
 
ସୂଚନାଯୋଗ୍ୟ, ଜିଓ ତାର ବ୍ୟବହାରକାରୀଙ୍କୁ ଗତ ୫ସେପ୍ଟମ୍ବରରୁ ମାଗଣା ସେବା ଯୋଗାଇବାରେ ଲାଗିଛି। କମ୍ପାନି େଓ୍ଵଲକମ୍‌ ଅଫରକୁ ଶେଷ କରିବା ପରେ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ହାପି ନ୍ୟୁ ଇଅର ଅଫର ଆରମ୍ଭ କରିଛି। ହାପି ନ୍ୟୁ ଇଅର ଅଫରରେ ଉପଭୋକ୍ତ ପ୍ରତଦିନ ୧ଜିବି ୪ଜି ଡାଟାର ଫାଇଦା ଉଠାଇ ପାରିବେ। ମାର୍ଚ୍ଚ ମାସ ଶେଷ ହେବା ପରେ ଏହି ଡାଟାର ସ୍ପିଡ ହ୍ରାସ ପାଇବ। ଆପଣ ଯଦି ୧ଜିବି ୪ଜିର ଫାଷ୍ଟ ଡାଟା ପାଇବା ପାଇଁ ଚାହିଁବେ ତେବେ କମ୍ପାନି  ଆପଣଙ୍କୁ ବୁଷ୍ଟର ପ୍ୟାକ୍‌ ଅଫର ଯୋଗାଇ ଦେବ। ଏହାର ମୂଲ୍ୟ ୫୧ଟଙ୍କା ରଖାଯାଇଛି।  ଯାହାକୁ ଆପଣ କ୍ରେଡିଟ, ଡେବିଟ ଓ ଜିଓମନି ଆପ୍‌ ସାହାଯ୍ୟରେ ପୈଠ କରି ପାରିବେ। ଏହା ଅଫର  ପୂର୍ବରୁ ରିଲାଏନ୍ସ୍‌ ଜିଓର େଓ୍ଵଲକମ୍‌ ଅଫରରେ ଗ୍ରାହକମାନେ ପ୍ରତିଦିନ ୪ଜିବି ଓ ୪ଜି ଡାଟାର ସୁବିଧା ପାଉଥିଲେ।