23 August 2017
3:40:51 PM
image
Sambad News
ବାଣିଜ୍ୟ

ଏୟାରଟେଲ୍‌ ଓ ଆଇଡିଆକୁ ମାତ୍‌ ଦେଲା ଜିଓ : ଟ୍ରାଇ ରିପୋର୍ଟ

By Sambad | Date: Apr 21 2017 1:13PM
ଏୟାରଟେଲ୍‌ ଓ ଆଇଡିଆକୁ  ମାତ୍‌ ଦେଲା  ଜିଓ  :  ଟ୍ରାଇ ରିପୋର୍ଟ
Photo : Zee Business

ନୂଆଦିଲ୍ଲୀ: ଗତବର୍ଷ ଦେଶର ଟେଲିକମ୍‌ ବଜାରରେ ପ୍ରବେଶ କରିଥିବା ରିଲାଏନସ୍‌ ଜିଓର ମାର୍ଚ୍ଚରେ  ଆଭରେଜ୍‌ ୪ଜି ଡାଉନଲୋଡ୍‌  ସ୍ପିଡ୍‌  ୧୬.୪୮ ଏମ୍‌ବିପିଏସ୍‌  ରହିଛି ।  ଏହା ଜିଓର ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଓ ଆଇଡିଆର ସ୍ପିଡ୍‌ ତୁଳନାରେ ଦ୍ୱିଗୁଣ ବୋଲି ଟ୍ରାଇ ରିପୋର୍ଟରେ  ର କୁହାଯାଇଛି । ଆଇଡିଆ ସେଲୁଲାରର ନେଟଓ୍ଵାର୍କ ସ୍ପିଡ୍‌  ୮- ୩୩ ଏମ୍‌ବିପିଏସ୍‌ ଥିବାବେଳେ  ଭାରତୀ  ଏୟାରଟେଲ ନେଟଓ୍ଵାର୍କରସ୍ପିଡ୍‌  ୭.୬୬ ଏମ୍‌ବିପିଏସ୍‌  ବୋଲି ଜଣାଯାଇଛି । ଏ ଦୃଷ୍ଟିରୁ ୪ଜି ଡାଉନଲୋଡ ସ୍ପିଡ୍‌ରେ ଜିଓ ଏୟାରଟେଲ ଓ ଆଇଡିଆକୁ ମାତ୍‌ ଦେଇଛି ବୋଲି କୁହାଗଲେ ଅତ୍ୟୁକ୍ତ ହେବ ନାହିଁ । 
 
ଅପରପକ୍ଷରେ  ଗତ ମାର୍ଚ୍ଚରେ ଭୋଡାଫୋନ୍‌ର ଆଭରେଜ୍‌  ଡାଉନଲୋଡ ସ୍ପିଡ୍‌ ୫.୬୬ ଏମ୍‌ବିବିଏସ୍‌ , ରିଲାଏନସ କମ୍ୟୁନିକେସନନ୍‌ସର ୨.୬୪ ଏମ୍‌ବିପିଏସ, ଟାଟା ଡୋକୋମୋର ୨.୦୨ ଏମ୍‌ବିପିଏସ୍‌, ସରକାରୀ ଟେଲିକମ୍‌ କଂପାନି ବିଏସଏନଏଲ୍‌ର ସ୍ପିଡ୍‌ ୨.୨୬ ଏମ୍‌ବିପିଏସ ଓ ଏୟାରସେଲର ୨.୦୧ ଏମ୍‌ବିପିଏସ୍‌ ଥିଲା ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି ।